ବିଧାନସଭା ପ୍ରୋଟୋକଲ୍ ସବ୍ କମିଟି ନିକଟରେ ହାଜର ହେଲେ ବଲାଙ୍ଗିର ଜିଲ୍ଲାପାଳ

ଭୁବନେଶ୍ୱର: ବୁକ୍ ସର୍କୁଲାର ୪୭ ଉଲ୍ଲଂଘନ ଅଭିଯୋଗରେ ବୁଧବାର ବିଧାନସଭା ପ୍ରୋଟୋକଲ୍ ସବ୍ କମିଟି ଆଗରେ ହାଜର ହୋଇଥିଲେ ବଲାଙ୍ଗିର ଜିଲ୍ଲାପାଳ ଏମ୍. ମୁଥୁକୁମାର। ସେ ବୁକ୍ ସର୍କୁଲାର ୪୭ ଉଲ୍ଲଂଘନ କରିଥିବା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକ୍ରମେ ବିଧାନସଭା ପ୍ରୋଟୋକଲ୍ ସବ୍ କମିଟି ବଲାଙ୍ଗିର ଜିଲ୍ଲାପାଳଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ବିଧାନସଭା ପ୍ରୋଟୋକଲ୍ ସବ୍ କମିଟି ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାପାଳ ଏମ୍.ମୁଥୁକୁମାରଙ୍କର ତୃଟିବିଚ୍ୟୁତି ଥିବା ଜଣାପଡୁଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ୫୦ରୁ ଅଧିକ ଚିଠି ଲେଖିଥିଲେ। ମାତ୍ର ପ୍ରାପ୍ତି ସ୍ୱୀକାର ନେଇ ଜିଲ୍ଲାପାଳ ତଥ୍ୟ ଉପସ୍ଥାପନ କରିପାରି ନାହାନ୍ତି।

ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ସେ କହିଛନ୍ତି ଯେ ତାଙ୍କ  ଅଫିସ ପକ୍ଷରୁ ପ୍ରାପ୍ତିପତ୍ର ସ୍ୱୀକାର କରାଯାଇଛି ଏବଂ ସକୁର୍ଲାରର କୌଣସି ଉଲଂଘନ କରାଯାଇ ନାହିଁ।