ବିଦ୍ୟୁତ୍‌ ଉପଭୋକ୍ତାଙ୍କ କୋଟି କୋଟି ଟଙ୍କା ସିକ୍ୟୁରିଟି ଜମାର ହିସାବ ମିଳୁନି

ଭୁବନେଶ୍ୱର: ବିଦ୍ୟୁତ୍‌ ବିତରକ କମ୍ପାନୀଙ୍କ ପାଖରେ ଉପଭୋକ୍ତା ସିକ୍ୟୁରିଟି ବାବଦକୁ ଜମା ରଖୁଥିବା କୋଟି କୋଟି ଟଙ୍କାର ହିସାବ ମିଳୁନି। ଓଡ଼ିଶା ବିଦ୍ୟୁତ ନିୟାମକଙ୍କ ଅଡିଟ ରିପୋର୍ଟରୁ ଏହା ଜଣାପଡିଛି। ନୂଆ ସଂଯୋଗ ସମୟରେ ଉପଭୋକ୍ତା ଜମା କରୁଥିବା ସୁକ୍ୟୁରିଟି ଟଙ୍କା ସଂଯୋଗ ପ୍ରତ୍ୟାହାର ବେଳେ ସୁଧ ସହ ଫେରାଯିବା କଥା। ତେବେ ଏହାକୁ ଠିକରେ ପାଳନ କରାଯାଉ ନ ଥିବା ବେଳେ ଏ ବାବଦକୁ ବିତରକ କମ୍ପାନୀଙ୍କ ପାଖରେ ଥିବା କୋଟି କୋଟି ଟଙ୍କାର ହିସାବ […]

bidut

bidut

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 02:50 PM IST

Sports

Latest News

ଭୁବନେଶ୍ୱର: ବିଦ୍ୟୁତ୍‌ ବିତରକ କମ୍ପାନୀଙ୍କ ପାଖରେ ଉପଭୋକ୍ତା ସିକ୍ୟୁରିଟି ବାବଦକୁ ଜମା ରଖୁଥିବା କୋଟି କୋଟି ଟଙ୍କାର ହିସାବ ମିଳୁନି। ଓଡ଼ିଶା ବିଦ୍ୟୁତ ନିୟାମକଙ୍କ ଅଡିଟ ରିପୋର୍ଟରୁ ଏହା ଜଣାପଡିଛି। ନୂଆ ସଂଯୋଗ ସମୟରେ ଉପଭୋକ୍ତା ଜମା କରୁଥିବା ସୁକ୍ୟୁରିଟି ଟଙ୍କା ସଂଯୋଗ ପ୍ରତ୍ୟାହାର ବେଳେ ସୁଧ ସହ ଫେରାଯିବା କଥା। ତେବେ ଏହାକୁ ଠିକରେ ପାଳନ କରାଯାଉ ନ ଥିବା ବେଳେ ଏ ବାବଦକୁ ବିତରକ କମ୍ପାନୀଙ୍କ ପାଖରେ ଥିବା କୋଟି କୋଟି ଟଙ୍କାର ହିସାବ ମିଳୁନାହିଁ। ପ୍ରାୟ ୬୦ ଲକ୍ଷ ଉପଭୋକ୍ତାଙ୍କ ଜମା ଟଙ୍କାର ହିସାବ ମିଳୁ ନ ଥିବା ଜଣାପଡିଛି।

୨୦୧୪ ମାର୍ଚ୍ଚ ସୁଦ୍ଧା ୪ଟି ବିତରକ କମ୍ପାନୀଙ୍କ ଆକାଉଣ୍ଟରେ ଉପଭୋକ୍ତାଙ୍କ ୧୫ଶହ ୪୪କୋଟି ୪୭ଲକ୍ଷ ଟଙ୍କା ଥିଲା। ୭ମାସ ପରେ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଏହା ୧ହଜାର ୬୪ କୋଟି ଟଙ୍କାକୁ ଖସି ଆସିଲା। ଏହି ସମୟରେ ୪୮୦ କୋଟି ଟଙ୍କା ଗାଏବ ହୋଇଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ୱେସକୋ ପାଖରେ ଥିବା ୫୦୦ କୋଟି ଟଙ୍କା କମି ୪୬୬ କୋଟି ହୋଇଛି। ସେହିପରି ନେସକୋର ୪୧୮ କୋଟି କମି ୩୫୪ କୋଟି, ସାଉଥକୋ ୧୩୩ କୋଟି କମି ୩୫ କୋଟି ଓ ସେସୁର ୪୯୨ କୋଟି କମି ୨୦୭ କୋଟି ଟଙ୍କାରେ ପହଞ୍ଚିଛି। ଏବେ ଥିବା ୧୦୬୪ କୋଟିରୁ ୯୯୪ କୋଟି ଟଙ୍କାରୁ ବ୍ୟାଙ୍କରେ ବନ୍ଧା ରଖି ବିତରକ କମ୍ପାନୀ କର୍ମଚାରୀଙ୍କ ବେତନ ଓ ଗ୍ରୀଡକୋକୁ ବିଏସ୍‌ଟି ବିଲ ଆକାରରେ ଦେଇଛନ୍ତି। ଉପଭୋକ୍ତାଙ୍କ ଟଙ୍କାର ଏପରି ଅପ ବ୍ୟବହାର ନେଇ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ସଭାପତି ରମେଶ ଶତପଥୀ ପ୍ରଶ୍ନ ଉଠାଇଛନ୍ତି।

ତେବେ ଅଡିଟ ରିପୋର୍ଟରେ ଆସିଥିବା ତଥ୍ୟ ସମ୍ପର୍କରେ ଗ୍ରୀଡକୋ ସିଜିଏମ୍‌ ଫାଇନାନ୍ସ ବିଭୁପ୍ରସାଦ ମହାପାତ୍ର କହିଛନ୍ତି, ଟଙ୍କା ବାଟମାରଣା ହୋଇନି କି ଅନ୍ୟ ଉପାୟରେ ଖର୍ଚ୍ଚ କରାଯାଇନି। ବିତରକ କମ୍ପାନୀଙ୍କ ଆର୍ଥିକ ଦୁରାବସ୍ଥା ବେଳେ ଏହାକୁ କର୍ମଚାରୀଙ୍କ ବେତନ ଓ ଗ୍ରୀଡକୋକୁ ବିଲ୍‌ ଆକାରରେ ଦିଆଯାଇଥାଏ। ଅଡିଟ ରିପୋର୍ଟ ଆସିବା ପରେ କେଉଁଠି କେତେ ଟଙ୍କା ଖର୍ଚ୍ଚ ହୋଇଛି ଠିକ ଭାବେ କହି ପାରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos