ବିଦ୍ୟୁତ କାଟ୍ ନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ବିଦ୍ୟୁତ କାଟ୍ ନେଇ ଆଜି ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ପାର୍ବଣ ପାଇଁ ନଭେମ୍ୱର ୧୫ ଯାଏଁ ରାତିରେ ବିଦ୍ୟୁତ କାଟ ହେବନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ରାଜ୍ୟରେ ବିଜୁଳିର ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ପାଇଁ ଜଳ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକରୁ ଅଧିକ ବିଦ୍ୟୁତ ଉତ୍ପାଦନ କରାଯାଉଛି। ଏପଟେ ଘରୋଇ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ ଠୁ ବିଜୁଳି କିଣିବା ନେଇ ଗ୍ରିଡକୋ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସହ ଆଲୋଚନା କରିଛି। ଏବେ ଜଳ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକରୁ ଚାଷ ପାଇଁ ଜଳ ଛଡ଼ାଯିବା ସହ ଦିନକୁ ପ୍ରାୟ ୧୪ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଛି। ଆଜିର ବୈଠକରେ ଜଳ ବିଦ୍ୟୁତ ପ୍ରକଳ୍ପରୁ କେତେଦିନ ଯାଏଁ ବିଦ୍ୟୁତ ଉତ୍ପାଦନ ହେବ ଏବଂ ଆଗକୁ ବିଦ୍ୟୁତ କାଟ୍ ଜାରି ହେବ କି ନାହିଁ ସେ ନେଇ ନିଷ୍ପତ୍ତି ହେବ।