ବ୍ରହ୍ମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପପୁଅ ମୃତ, ୨ ଗୁରୁତର

ବ୍ରହ୍ମପୁର: ଖଲିକୋଟ ରେଞ୍ଜ ଅନ୍ତର୍ଗତ ହାଣ୍ଡିଗଡା ଜଂଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନ ହେଲେ ମଙ୍ଗୁଳୁ ଜେନା (୫୨) ଓ ନବମ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅ ନାରଣ ଜେନା (୧୪)। ବିଦ୍ୟୁତ ସଂସ୍ପର୍ଶରେ ଆସି ଅନ୍ୟ ୨ ଜଣ ଗୁରୁତର ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। […]

berhampur

berhampur

Rakesh Mallick
  • Published: Monday, 09 November 2015
  • Updated: 09 November 2015, 05:21 PM IST

Sports

Latest News

ବ୍ରହ୍ମପୁର: ଖଲିକୋଟ ରେଞ୍ଜ ଅନ୍ତର୍ଗତ ହାଣ୍ଡିଗଡା ଜଂଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନ ହେଲେ ମଙ୍ଗୁଳୁ ଜେନା (୫୨) ଓ ନବମ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅ ନାରଣ ଜେନା (୧୪)।

ବିଦ୍ୟୁତ ସଂସ୍ପର୍ଶରେ ଆସି ଅନ୍ୟ ୨ ଜଣ ଗୁରୁତର ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ସେହି ଗାଁର ଗୋବିନ୍ଦ ଗୌଡ (୫୦) ଓ ତାଙ୍କ ପୁଅ ଶିବରାମ ଗୌଡ (୨୫)।

ଘଟଣାରୁ ପ୍ରକାଶ ଯେ, ମଙ୍ଗୁଳୁ ଓ ତାଙ୍କ ପୁଅ ନାରଣ କ୍ଷେତରୁ ପାଣି ମଡେଇ ଆସୁଥିବା ବେଳେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ବେଳେ ଗୋବିନ୍ଦ ଓ ତାଙ୍କ ପୁଅ ଶିବରାମ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos