‘ବିଜେପୁର ପାଇଁ ଠିକ୍ ସମୟରେ ଠିକ୍ ପ୍ରାର୍ଥୀ ବାଛିବୁ’

ଭୁବନେଶ୍ୱର: ଯଥା ସମୟରେ ବିଜେପୁର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ବିଜେପୁରରେ କଂଗ୍ରେସ ଜିତିଥିବାରୁ ଏଥର ବି ଅଞ୍ଚଳବାସୀଙ୍କ ସମର୍ଥନ ନିଶ୍ଚୟ ମିଳିବ। ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଏହି ଅବସରରେ ପ୍ରସାଦ ବିଜେଡି, ବିଜେପିକୁ ଟାର୍ଗେଟ କରି କହିଛନ୍ତି,“ ବିଜେପୁର ଆସନ ହାତେଇବା ଲାଗି ବିଜେଡି ଓ ବିଜେପି ଅବାଟରେ ଗଲେଣି। ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ସୁଅ ଛୁଟାଉଛନ୍ତି। ଏମିତିକି ଉଭୟ ଦଳ ଗୁଣ୍ଡା […]

congress

congress

Rakesh Mallick
  • Published: Friday, 26 January 2018
  • Updated: 26 January 2018, 02:53 PM IST

Sports

Latest News

ଭୁବନେଶ୍ୱର: ଯଥା ସମୟରେ ବିଜେପୁର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ବିଜେପୁରରେ କଂଗ୍ରେସ ଜିତିଥିବାରୁ ଏଥର ବି ଅଞ୍ଚଳବାସୀଙ୍କ ସମର୍ଥନ ନିଶ୍ଚୟ ମିଳିବ। ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।
ଏହି ଅବସରରେ ପ୍ରସାଦ ବିଜେଡି, ବିଜେପିକୁ ଟାର୍ଗେଟ କରି କହିଛନ୍ତି,“ ବିଜେପୁର ଆସନ ହାତେଇବା ଲାଗି ବିଜେଡି ଓ ବିଜେପି ଅବାଟରେ ଗଲେଣି। ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ସୁଅ ଛୁଟାଉଛନ୍ତି। ଏମିତିକି ଉଭୟ ଦଳ ଗୁଣ୍ଡା ଓ ଅପରାଧୀଙ୍କୁ ଠୁଳ କରିବାରେ ବ୍ୟସ୍ତ।”
ବିଜେଡିର ନିଜ ଉପରୁ ଭରସା ନଥିବାରୁ ବାହାର ପ୍ରାର୍ଥୀ ଯୋଗାଡ଼ କରିଛି ବୋଲି ପ୍ରସାଦ ଅଭିଯୋଗ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos