ବ୍ରିଜମୋହନଙ୍କ ଉପରେ ବର୍ଷିଲେ ବିଜୟ

ଭୁବନେଶ୍ୱର: ଇନ୍ଦ୍ରାବତୀ, ତେଲ ଓ ଜଙ୍କ ନଦୀ ଉପରେ ଓଡ଼ିଶା ଡାଇଭର୍ସନ କରି ମହାନଦୀରୁ ଜଳ ନେଉଥିବା ନେଇ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ୍‌ ଦେଇଥିବା ମନ୍ତବ୍ୟକୁ ବିଜେଡି ଗ୍ରହଣ କରି ନ ଥିବା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ଘଟଣାକୁ ଠିକ୍ ସେ ବୁଝି ନାହାନ୍ତି। ତାଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ମନ୍ତବ୍ୟ ଦେଇ କି […]

bijay

bijay

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 07:49 PM IST

Sports

Latest News

bijayଭୁବନେଶ୍ୱର: ଇନ୍ଦ୍ରାବତୀ, ତେଲ ଓ ଜଙ୍କ ନଦୀ ଉପରେ ଓଡ଼ିଶା ଡାଇଭର୍ସନ କରି ମହାନଦୀରୁ ଜଳ ନେଉଥିବା ନେଇ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ୍‌ ଦେଇଥିବା ମନ୍ତବ୍ୟକୁ ବିଜେଡି ଗ୍ରହଣ କରି ନ ଥିବା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି,“ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ଘଟଣାକୁ ଠିକ୍ ସେ ବୁଝି ନାହାନ୍ତି। ତାଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ମନ୍ତବ୍ୟ ଦେଇ କି ଘଟଣାକୁ ଆହୁରି ଉତ୍ତେଜିତ କରିବାର କୌଣସି ଆବଶ୍ୟକତା ନ ଥିଲା। କେନ୍ଦ୍ର ସରକାର ମହାନଦୀ ବିବାଦର ସମାଧାନ ଚାହୁଁଛନ୍ତି। କିନ୍ତୁ ଛତିଶଗଡ଼ ବୋଧହୁଏ ଏହି ବିବାଦର ସମାଧାନ ଚାହୁଁନାହିଁ। ଛତିଶଗଡ଼ ସରକାର ଏହି ବିବାଦକୁ ଆହୁରି ଲମ୍ବାଇବା ପାଇଁ ଚାହୁଁଛନ୍ତି।”

ବିଜୟ କହିଛନ୍ତି,“ଇନ୍ଦ୍ରାବତୀ, ତେଲ ଓ ଜଙ୍କ ନଦୀରେ ଓଡ଼ିଶା କୌଣସି ଭୁଲ୍ କରି ନାହିଁ। ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଓଡ଼ିଶା ସରକାର ଠିକ୍‌ ଭାବେ ଯୁକ୍ତି ଉପସ୍ଥାପନ କରନ୍ତୁ। ନ ହେଲେ ରାଜ୍ୟକୁ କ୍ଷତି ସହିବାକୁ ପଡ଼ିବ।”

ମହନଦୀ ଜଳ ବିବାଦ ନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସିବା ପୂର୍ବରୁ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦେଇ ବୈଠକକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ଅନେକଗୁଡ଼ିଏ କଥା କହୁଛନ୍ତି। ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେଗୁଡ଼ିକର କିଛି ପ୍ରାସଙ୍ଗିକତା ନାହିଁ।”

ବ୍ରିଜମୋହନଙ୍କ ମନ୍ତବ୍ୟକୁ କଂଗ୍ରେସ ମଧ୍ୟ ନିନ୍ଦା କରିଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ଛତିଶଗଡ଼ ସରକାର ଆହୁରି ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଇନ୍ଦ୍ରାବତୀକୁ ନେଇ କୌଣସି ସମସ୍ୟା ନାହିଁ। ଛତିଶଗଡ଼ ସରକାର ନିଜ ଦୋଷ ଲୁଚାଇବା ପାଇଁ ଏହାକୁ ପ୍ରସଙ୍ଗ କରୁଛନ୍ତି।”

ମହାନଦୀ ବିବାଦର ସମାଧାନ ପାଇଁ ଆସନ୍ତା ୧୭ ତାରିଖରେ ଦିଲ୍ଲୀରେ ବୈଠକ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି। ରାଜ୍ୟ କ’ଣ ପକ୍ଷ ରଖିବ ସେ ନେଇ ୧୨ ତାରିଖରେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos