ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କସରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କସରତ। ଅକ୍ଟୋବର ଶେଷ ଆଡ଼କୁ ଏଠାରେ ଉପନିର୍ବାଚନ ହେବ। ଏ ଚର୍ଚ୍ଚା ଭିତରେ ଏବେ ସବୁ ଦଳର ଫୋକସରେ ପଶ୍ଚିମ ଓଡ଼ିଶାର ଏହି ହାଇ ପ୍ରୋଫାଇଲ ଆସନ। ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ଫ୍ରଣ୍ଟ ରନର ବୋଲି କୁହାଯାଉଛି। ଏପଟେ କଂଗ୍ରେସ  ଓ ବିଜେପି ବି ବିଜେପୁର ବିଜୟ ଲାଗି କମରକଷା ଆରମ୍ଭ କରିଛନ୍ତି । କଂଗ୍ରେସର ଏକ କମିଟି ବିଜେପୁର ଯାଇ ତଥ୍ୟ ସଂଗ୍ରହ […]

3467

3467

Tapas Behera
  • Published: Friday, 13 September 2019
  • Updated: 13 September 2019, 08:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କସରତ। ଅକ୍ଟୋବର ଶେଷ ଆଡ଼କୁ ଏଠାରେ ଉପନିର୍ବାଚନ ହେବ। ଏ ଚର୍ଚ୍ଚା ଭିତରେ ଏବେ ସବୁ ଦଳର ଫୋକସରେ ପଶ୍ଚିମ ଓଡ଼ିଶାର ଏହି ହାଇ ପ୍ରୋଫାଇଲ ଆସନ। ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ଫ୍ରଣ୍ଟ ରନର ବୋଲି କୁହାଯାଉଛି। ଏପଟେ କଂଗ୍ରେସ  ଓ ବିଜେପି ବି ବିଜେପୁର ବିଜୟ ଲାଗି କମରକଷା ଆରମ୍ଭ କରିଛନ୍ତି । କଂଗ୍ରେସର ଏକ କମିଟି ବିଜେପୁର ଯାଇ ତଥ୍ୟ ସଂଗ୍ରହ କରିଛି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ଭଲ ଭୋଟ୍ ମିଳିଥିବାରୁ ଏଠାରେ ଜିତିବା ନେଇ ବେଶ୍ ଆଶାବାଦୀ ଅଛି ବିଜେପି। ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ମାସ ଶେଷ ଆଡ଼କୁ ଏଠାରେ ନିର୍ବାଚନ ହେବା ସମ୍ଭାବନା ରହିଛି। ସେ ଦୃଷ୍ଟିରୁ  ସଜବାଜ ଆରମ୍ଭ କରିଦେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ତେବେ ରଣନୀତି ପ୍ରସ୍ତୁତିରେ ଆଗରେ ରହିଛି ବିଜେଡି। ପ୍ରାଥମିକ ଭାବେ ୩ଜଣ ମନ୍ତ୍ରୀ ନିରଂଜନ ପୂଜାରୀ, ସୁଶାନ୍ତ ସିଂ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନେ ଗ୍ରାଉଣ୍ଡ ଓ୍ୱାର୍କ ମଧ୍ୟ  ଆରମ୍ଭ କରିଦେଇଛନ୍ତି ।ତେଣେ ଦଳ ଏଠୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା।

ଗତ ନିର୍ବାଚନରେ ନବୀନଙ୍କୁ ବାଟ ଛାଡିଥିବା ପୂର୍ବତନ ବିଧାୟିକା ରୀତା ସାହୁ, ଦୌଡର ଆଗରେ ଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ସରକାରୀ ଓ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରୀତାଙ୍କୁ ଦେଖିବାକୁ ମିଳୁଛି । ତେବେ ରୀତାଙ୍କ ବାଦେ  ପୂର୍ବତନ ସାଂସଦ ପ୍ରଭାସ ସିଂ ଓ ବିଜେପି ଛାଡି ଦଳକୁ ଆସିଥିବା ସୁବାସ ଚୌହାନଙ୍କ ସମେତ ଅନ୍ୟ କିଛି ନେତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି।

କଂଗ୍ରେସ ମଧ୍ୟ ବିଜେପୁର ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଜେପୁର ଯାଇ ସ୍ଥାନୀୟ ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା  କରିଛନ୍ତି ।  କିଏ ପ୍ରାର୍ଥୀ ହେଲେ ଭଲ ହେବ, ଦଳ ଏଠି କି ରଣନୀତି ଆପଣେଇବ ସେନେଇ କମିଟି ତଥ୍ୟ ସଂଗ୍ରହ କରିଛି।  ପୂର୍ବତନ ବିଧାୟକ ରିପୁନାଥ ସେଠ୍‌କୁ ଦଳ ଏଠାରେ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନ ଫଳାଫଳକୁ ଆଖିରେ ରଖି ଏଠି ଗୋଟି ଚଳାଉଛି ବିଜେପି।  ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢି ୫୫ ହଜାରରୁ ଅଧିକ ଭୋଟ ପାଇଥିବା ସନତ ଗଡତିଆଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିପାରେ। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଅନ୍ୟତମ  ଦାବିଦାର ଅଛନ୍ତି। କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନଥିବା ବେଳେ ବିଜେପୁରରେ ବିଜେପି ଜିତିବ ବୋଲି ବିରୋଧୀ ଦଳ ନେତା ଦୃଢୋକ୍ତି କରିଛନ୍ତି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର  ଥିଲା। ମାତ୍ର ଏବେ ଚିତ୍ର ବଦଳିଛି । ଦୁଇ ଦଳ ମଧ୍ୟରେ ଦୂରତା କମିଥିବା ଚର୍ଚ୍ଚା ହେଉଛି। ତେବେ ବିଜେପୁରରେ ଉଭୟ ଦଳ କିଭଳି ଲଢୁଛନ୍ତି ଏବେ ତା’ ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos