ମିଶନ ବିଜେପୁର: ଅସନ୍ତୋଷ ଦୂର ପାଇଁ ବିଜେଡି ତତ୍ପରତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଅସନ୍ତୋଷ ଦୂର ହେଲା। ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ବିଜେପୁର ଉପନିର୍ବାଚନରେ ରୀତା ସାହୁଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ପ୍ରଭାତ ଆଦିତ୍ୟ ମିଶ୍ର। ନବୀନ ନିବାସରେ ମିଶନ୍ ବିଜେପୁର ପାଇଁ ବିଜେଡିର ମାନସମନ୍ଥନ ହୋଇଥିଲା। ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ, ଦଳର ବରିଷ୍ଠ ନେତା ଓ ବିଜେପୁର ନିର୍ବାଚନ ମଣ୍ଡଳୀରୁ ଆସିଥିବା ପଞ୍ଚାୟତସ୍ତରୀୟ ନେତା ଓ କର୍ମୀ ବସିଥିଲେ। ବଡ଼କଥା ହେଲା ବୈଠକରେ ସ୍ଥାନୀୟ […]

dama bana

dama bana

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 05:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଅସନ୍ତୋଷ ଦୂର ହେଲା। ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ବିଜେପୁର ଉପନିର୍ବାଚନରେ ରୀତା ସାହୁଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ପ୍ରଭାତ ଆଦିତ୍ୟ ମିଶ୍ର।

ନବୀନ ନିବାସରେ ମିଶନ୍ ବିଜେପୁର ପାଇଁ ବିଜେଡିର ମାନସମନ୍ଥନ ହୋଇଥିଲା। ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ, ଦଳର ବରିଷ୍ଠ ନେତା ଓ ବିଜେପୁର ନିର୍ବାଚନ ମଣ୍ଡଳୀରୁ ଆସିଥିବା ପଞ୍ଚାୟତସ୍ତରୀୟ ନେତା ଓ କର୍ମୀ ବସିଥିଲେ। ବଡ଼କଥା ହେଲା ବୈଠକରେ ସ୍ଥାନୀୟ ଅଞ୍ଚଳର ଅସନ୍ତୁଷ୍ଟ କର୍ମୀ ମଧ୍ୟ ସାମିଲ ହୋଇଥିଲେ। ରୀତାଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ପରେ ଦଳରେ ଲାଗି ରହିଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଉଦ୍ୟମ କରାଯାଇଥିଲା। କର୍ମୀ ଓ ନେତାମାନେ ସେମାନଙ୍କ ଅଭିଯୋଗ ସୁପ୍ରିମୋଙ୍କୁ ଜଣାଇଥିଲେ।

ବୈଠକ ଶେଷରେ ପ୍ରଭାତ ଆଦିତ୍ୟ ବାହାରକୁ ଆସି ସବୁ ଠିକ୍‌ ହୋଇଯାଇଥିବା କହିଥିଲେ। ବିଜେଡିର ଇଜ୍ଜତ ପାଇଁ ରୀତା ସାହୁଙ୍କୁ ସମର୍ଥନ କରିବି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅସନ୍ତୋଷ ଦୂର ହୋଇଗଲା ବୋଲି ସେ ପ୍ରକାଶ କରିଛନ୍ତି।

ନବୀନ ନିବାସରେ ପ୍ରସ୍ତୁତ ହେଉଛି ବିଜେପୁର ଦଖଲ ନକ୍ସା

ବିଜେପୁର ମିଶନ ନେଇ ନବୀନ ନିବାସରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବିଜେପୁରରେ ଦଳର ରଣନୀତି କ’ଣ ରହିବ, ସେଠାରେ ଏବେ ଦଳର ସ୍ଥିତି କ’ଣ ଅଛି, ଏସବୁ ପ୍ରସଙ୍ଗରେ ନବୀନ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ପରେ ବିଜେଡି ବରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରପୁଲ୍ଲ ମଲ୍ଲିକ ମଧ୍ୟ ନବୀନ ନିବାସ ଯାଇ ପଦଯାତ୍ରା ସଂପର୍କରେ ଆଲୋଚନା କରିଥିଲେ। ଆଗକୁ ଉପନିର୍ବାଚନ ଥିବାରୁ ବିଜେପୁରରେ ଓ୍ୱାର୍ଡ ସ୍ତରରୁ ପଦଯାତ୍ରା ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଦାମ ମାରିଲେ ତେରଛା ବାଣ

ବିଜେପୁର ମିଶନ ନେଇ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନୁକମ୍ପା ଭୋଟ୍‌କୁ ନେଇ ତେରଛା ବାଣ ମାରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ଯାହାର ଯେତିକି ସ୍ୱକୃତୀ ଥିବ ତାକୁ ସେତିକି ଅନୁକମ୍ପା ଭୋଟ୍ ମିଳିବ ବୋଲି ଦାମ କହିଛନ୍ତି। ତା’ସହ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସେଠି ଦାୟିତ୍ୱ ଦିଆଯାଉ ବୋଲି ଦାମ ପୁଣି ଦୋହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos