ଫେବ୍ରୁଆରୀ ୨୪ରେ ବିଜେପୁର ଭୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଜିଲା ବିଜେପୁର ବିଗୁଲ। ଘୋଷଣା ହେଲା ବିଜେପୁର ଉପ ନିର୍ବାଚନ ତାରିଖ। ଫେବ୍ରୁଆରୀ ୨୪ ତାରିଖରେ ହେବ ବିଜେପୁର ବିଧାନସଭା ଆସନ ଲାଗି ଭୋଟ। ଏ ନେଇ ଆସନ୍ତା ୩୦ ତାରିଖରେ ବିଦ୍ଧିବଧ ବିଜ୍ଞପ୍ତି ଜାରି ହେବ। ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରାଯାଇ ପାରିବ। ୭ ତାରିଖରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରୀ ୨୮ରେ ଭୋଟଗଣତି ଓ ଫଳାଫଳ ଘୋଷଣା […]

bijepur

bijepur

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଜିଲା ବିଜେପୁର ବିଗୁଲ। ଘୋଷଣା ହେଲା ବିଜେପୁର ଉପ ନିର୍ବାଚନ ତାରିଖ। ଫେବ୍ରୁଆରୀ ୨୪ ତାରିଖରେ ହେବ ବିଜେପୁର ବିଧାନସଭା ଆସନ ଲାଗି ଭୋଟ। ଏ ନେଇ ଆସନ୍ତା ୩୦ ତାରିଖରେ ବିଦ୍ଧିବଧ ବିଜ୍ଞପ୍ତି ଜାରି ହେବ। ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରାଯାଇ ପାରିବ। ୭ ତାରିଖରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରୀ ୨୮ରେ ଭୋଟଗଣତି ଓ ଫଳାଫଳ ଘୋଷଣା କରାଯିବ। ମାର୍ଚ୍ଚ ୩ ତାରିଖ ସୁଦ୍ଧା ଉପ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଆଜି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଉପନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଭିଭି ପାଟ୍‌ର ବ୍ୟବହାର କରାଯିବ। ବିଜେପୁର ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ଗତବର୍ଷ ଅଗଷ୍ଟ ୨୨ରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ତେବେ ୨୦୧୪ ବିଜେପୁର ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲା ଉଠିବା ଦିନ ଅର୍ଥାତ ଅକ୍ଟୋବର ୧୬ ତାରିଖକୁ ଧରି ଉପନିର୍ବାଚନ ତାରିଖ ଘୋଷଣା ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍. ଗୁପ୍ତା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos