ଭାତ ମାଗିଥିଲେ, ଚାଲିଲା ସାଲାଇନ୍‌ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାତ ମାଗିଥିଲେ। ଚାଲିଲା ସାଲାଇନ୍‌। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ଏବେ ସାଲାଇନ୍‌ ଦିଆଯାଉଛି। ବିଜେପୁର ଉପନିର୍ବାଚନୀ ପାଇଁ  ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ତାଙ୍କ ଉପରକୁ ଆଜି ଚପଲ ଫିଙ୍ଗାହୋଇଥିଲା।  ଏହି ଘଟଣା ଆଜି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବିଭନ୍ନମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଓଡ଼ିଶା ରାଜନୀତି ଇତିହାସରେ ଏହା ଏକ କଳଙ୍କର ଅଧ୍ୟାୟ ସୃଷ୍ଟି କରିଛି।  […]

cm-9999

cm-9999

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 10:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାତ ମାଗିଥିଲେ। ଚାଲିଲା ସାଲାଇନ୍‌। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ଏବେ ସାଲାଇନ୍‌ ଦିଆଯାଉଛି। ବିଜେପୁର ଉପନିର୍ବାଚନୀ ପାଇଁ  ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ତାଙ୍କ ଉପରକୁ ଆଜି ଚପଲ ଫିଙ୍ଗାହୋଇଥିଲା।  ଏହି ଘଟଣା ଆଜି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବିଭନ୍ନମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଓଡ଼ିଶା ରାଜନୀତି ଇତିହାସରେ ଏହା ଏକ କଳଙ୍କର ଅଧ୍ୟାୟ ସୃଷ୍ଟି କରିଛି।  ଚପଲ ଫିଙ୍ଗିଥିବା ଅଭିଯୁକ୍ତ ସ୍ଥାନୀୟ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଥିଲେ। ଚପଲ ଫିଙ୍ଗା ପ୍ରତିବାଦରେ ଉତ୍ତ୍ୟକ୍ତ  ଲୋକେ ତାଙ୍କୁ ପିଟିଥିଲେ।  ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ମେହେରଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ପରେ ସାମ୍ବାଦିକମାନେ ତାଙ୍କୁ ଚପଲ ଫିଙ୍ଗା ସମ୍ପର୍କରେ ଗୋଡ଼େଇ ତୋଡ଼େଇ ପ୍ରଶ୍ନ କରିଥିଲେ।

ଉତ୍ତରେ କାର୍ତ୍ତିକ ଭାତ ଖାଇସାରିବା ପରେ କହିବେ ବୋଲି କହିଥିଲେ।  ଘର କୋଉଠି ବୋଲି ପଚାରିବାରୁ ହସି ହସି ପଦ୍ମପୁରର ବିଧାପାଲିରେ କହିଥିଲେ। ପ୍ରଥମେ ତାଙ୍କୁ  ବରପାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କର ସାଲାଇନ୍‌ ଚାଲିଛି। ସୂଚନା ଯୋଗ୍ୟ ଯେ, ବରପାଲିର କୁମ୍ଭାରୀରେ ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବା ଆରମ୍ଭ ସମୟରେ ତାଙ୍କୁ କାର୍ତ୍ତିକ ଦୁଇଟି ଚପଲ ଫିଙ୍ଗିଥିଲେ। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନ ଥିଲା। ଚପଲ ଦୁଇଟିକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଧରିନେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos