ନିରାଡ଼ମ୍ବରରେ ପାଳନ ହେବ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। କରୋନା ପାଇଁ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି।। ଶ୍ରୀ ଦାସବର୍ମା କହିଛନ୍ତି, “ଏପ୍ରିଲ୍ ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ […]

biju000

biju000

Tapaswini Nayak
  • Published: Wednesday, 15 April 2020
  • Updated: 15 April 2020, 02:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। କରୋନା ପାଇଁ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି।।

ଶ୍ରୀ ଦାସବର୍ମା କହିଛନ୍ତି, “ଏପ୍ରିଲ୍ ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପଡ଼ୁଛି। କରୋନା ସତର୍କତା ଦୃଷ୍ଟିରୁ ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ନିରାଡ଼ମ୍ବରେ ପାଳନ ହେବ। ଏହି ଅବସରରେ ଦଳୀୟ କର୍ମୀମାନେ ସମାଜିକ ଦୂରତା ରକ୍ଷା କରି ନିଜ ଘରେ ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେବାକୁ କୁହାଯାଇଛି। ଏଥିସହ ବିଜୁ ବାବୁଙ୍କ ଦେଶ ଓ ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବାକୁ  ମଧ୍ୟ ସେମାନଙ୍କୁ କୁହାଯାଇଛି। ସେହିପରି କୌଣସି ପରିସ୍ଥିତିରେ ଘରୁ ନବାହାରିବା ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos