ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ସେ ଏହାକୁ ଫ୍ଲାଗ୍ ଅପ୍ କରିଛନ୍ତି। ଏହା ଆସନ୍ତା ୧୬ରୁ ୨୮ ତାରିଖ ଯାଏଁ ଚାଲିବ। ଏହି ୧୫ ଜଣ ଅଭିଯାତ୍ରୀ ଦଳରେ ୩ ଜଣ ଝିଅ ଅଛନ୍ତି।

ରାଜ୍ୟ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଏହି ଅଭିଯାନ କରାଯାଇଥାଏ।  ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଟିମ୍ ସ୍ପିରିଟ୍ ଓ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ଏହାର ଉଦ୍ଦେଶ୍ୟ।