ସଂସଦ ପରିସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି  ସ୍ଥାପନ ପାଇଁ ଦାବି କଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସଂସଦ ପରିସରରେ ସ୍ଥାପନ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ସାକ୍ଷାତ କରି ଦାବି କରିଛନ୍ତି କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।  ସ୍ୱର୍ଗତ ବିଜୁ ପଟ୍ଟନାୟକ ଏକାଧାରରେ  ଜଣେ ପାଇଲଟ୍, ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ। ଏଥିସହ ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ  ବିଜୁ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାରୁ ସେ ଦୁଇଥର ମୁଖ୍ୟମନ୍ତ୍ରୀ  ହୋଇଛନ୍ତି। ତାଙ୍କର ପ୍ରତିଭା କେବଳ ଦେଶ ଭିତରେ ସୀମିତ ନ ଥିଲା ବରଂ ଅନ୍ତର୍ଜାତୀୟ ତାଙ୍କର ନାଁ ରହିଛି। ତେଣୁ ଏଭଳି ବରପୁତ୍ରଙ୍କୁ ସମ୍ମାନ ଜଣାଇ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।