ପେଟ୍ରୋଲ ଟ୍ୟାଙ୍କରରେ ପିଟି ହୋଇ ବାଇକ୍‌ ଜଳିଗଲା

ଆଠଗଡ଼ (ନୀଳଗଣ୍ଠ ଦୋରା): ପେଟ୍ରୋଲ ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ୍‌। ଫଳରେ ବାଇକ୍‌ ଜଳିଯିବା ସହିତ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖୁଣ୍ଟୁଣୀ-ନରସିଂହପୁର ରାସ୍ତାରେ ଘଟିଛି।

ଖୁଣ୍ଟୁଣୀ ଅଞ୍ଚଳର ପ୍ରଦୀପ ନାୟକ ଓ ପ୍ରକାଶ ନାୟକ ବାଇକ୍‌ରେ ଆଠଗଡ଼ ଅଭିମୁଖେ ଯାଉଛି। ଖୁଣ୍ଟୁଣୀ-ନରସିଂହପୁର ୬୫ ନଂ ରାଜ୍ୟ ରାଜପଥର କୁଲାଇଲୋଠାରେ ସମ୍ମୁଖରୁ ଆସୁଥିବା ପେଟ୍ରୋଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ବାଇକ। ଫଳରେ ଦୁଇ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଧକ୍କା ପରେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। କ୍ଷଣକ ଭିତରେ ବାଇକ୍‌ଟି ପୋଡି ଯାଇଛି।

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପରିବାର ଲୋକଙ୍କ ଖବର ଦେଇଥିଲେ।

ଦୁର୍ଘଟଣାରେ ଡ୍ରାଇଭର ଟ୍ୟାଙ୍କର ଛାଡ଼ି ଫେରାର ହୋଇ ଯାଇଛି। ପୁଲିସ ଟ୍ୟାଙ୍କରଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେପଟେ ଆଜି ସକାଳେ ନୂଆପଡ଼ା ଦେଇ ଯାଇଥିବା ୩୫୩ ନମ୍ୱର ଜାତୀୟ ରାଜପଥର ଜଡ଼ାମୁଣ୍ଡା ଗାଁ ନିକଟରେ ବୋଲେରୋ ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।