ଲୁହା ବୋଝେଇ ଟ୍ରଲରକୁ ଧକ୍କା ଦେଲା ବାଇକ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସହର ସତ୍ୟନାରାୟଣ ପଡ଼ା ନିକଟରେ ଏକ ଲୁହା ବୋଝେଇ ଟ୍ରଲରକୁ ବାଇକ୍‌ ଧକ୍କା ଦେବାଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଆରୋହୀ ଜଣକ ବରଗଡ଼ ଜିଲ୍ଲା ଡାଙ୍ଗବାହାଲ ଗାଁର କୃଷ୍ଣଚନ୍ଦ୍ର ଭୋଇ ବୋଲି ଜଣାଯାଇଛି।

ଗତକାଲି ରାତିରେ କୃଷ୍ଣଚନ୍ଦ୍ର ବାଇକ୍‌ ନେଇ ବଲାଙ୍ଗିରରୁ ବରଗଡ଼ ଜିଲ୍ଲା ଅଭିମୁଖେ ଯାଉଥିଲେ। ସତ୍ୟନାରାୟଣ ପଡ଼ା ନିକଟରେ ଏକ ବାଇକ୍‌ଟି ଲୁହା ବୋଝେଇ ଟ୍ରଲରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା।

ଦୁଘର୍ଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସହର ଭିତରେ ଶୀଘ୍ର ବାଇପାସ ରାସ୍ତା ନିର୍ମାଣ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଦୁଇ ଘଣ୍ଟା ଧରି ବଲାଙ୍ଗିର-ସମ୍ବଲପୁର ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୁର୍ଘଟଣା ଘଟାଇଥିବା ଟ୍ରଲରରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କଲାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା।  ପରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାଣଳା କରିଥିଲା।  କିଛି ସମୟ ପରେ ଉତ୍ତେଜନା ଥମିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।