ଏଏନ୍‌-୩୨ ବିମାନ ନିଖୋଜ ଘଟଣା: ୨୯ ଯାତ୍ରୀଙ୍କୁ ମୃତ ଘୋଷଣା କଲା ବାୟୁସେନା

ନୂଆଦିଲ୍ଲୀ: ଚେନ୍ନାଇରୁ ପୋର୍ଟ ବ୍ଲେୟାର୍‌ ଯିବା ସମୟରେ ଜୁଲାଇ ୨୨ରେ  ନିଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍‌-୩୨ ବିମାନରେ ଥିବା ୨୯ ଜଣ ଯାତ୍ରୀଙ୍କୁ ବାୟୁସେନା ମୃତ ଘୋଷଣା କରିଛି। ସର୍ଚ୍ଚ ଅପରେସନ୍‌ ଚାଲିଥିଲେ ମଧ୍ୟ ମୃତକଙ୍କ ପରିବାରକୁ ବୀମା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ଆବେଦନର ସୁବିଧା ପାଇଁ ଏହା ଘୋଷଣା କରାଯାଇଥିବା କୁହାଯାଇଛି। ବିମାନଟି ଉଡ଼ାଣର ପ୍ରାୟ ୧୬ ମିନିଟ୍‌ ପରେ ନିଖୋଜ ହୋଇଯାଇଥିଲା। ବିମାନରେ ଜଣେ ମହିଳା ଅଧିକାରୀଙ୍କ ସମେତ ୪ ଅଫିସର୍, […]

mao

mao

Rakesh Mallick
  • Published: Friday, 16 September 2016
  • Updated: 16 September 2016, 10:21 AM IST

ନୂଆଦିଲ୍ଲୀ: ଚେନ୍ନାଇରୁ ପୋର୍ଟ ବ୍ଲେୟାର୍‌ ଯିବା ସମୟରେ ଜୁଲାଇ ୨୨ରେ  ନିଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍‌-୩୨ ବିମାନରେ ଥିବା ୨୯ ଜଣ ଯାତ୍ରୀଙ୍କୁ ବାୟୁସେନା ମୃତ ଘୋଷଣା କରିଛି। ସର୍ଚ୍ଚ ଅପରେସନ୍‌ ଚାଲିଥିଲେ ମଧ୍ୟ ମୃତକଙ୍କ ପରିବାରକୁ ବୀମା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ଆବେଦନର ସୁବିଧା ପାଇଁ ଏହା ଘୋଷଣା କରାଯାଇଥିବା କୁହାଯାଇଛି।

ବିମାନଟି ଉଡ଼ାଣର ପ୍ରାୟ ୧୬ ମିନିଟ୍‌ ପରେ ନିଖୋଜ ହୋଇଯାଇଥିଲା। ବିମାନରେ ଜଣେ ମହିଳା ଅଧିକାରୀଙ୍କ ସମେତ ୪ ଅଫିସର୍, ୧୭ ଜଣ ସେନା କର୍ମଚାରୀ ଓ ୮ ଜଣ ସାଧାରଣ ନାଗରିକ ଯାତ୍ରା କରୁଥିଲେ।

ସେନା କର୍ମଚାରୀଙ୍କ ମଧ୍ୟରେ ୨ ଜଣ  ଓଡ଼ିଆ ଯୁବକ ଥିଲେ।  ସେମାନେ ହେଲେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅର୍ନ୍ତଗତ ରଙ୍ଗରଙ୍ଗାର ପୂର୍ଣ୍ଣଚନ୍ଦ୍ର ସେନାପତି ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମୁପୁର ପକଣ୍ଠ ସୁକୁଣ୍ଡାର ଚରଣ ମହାରଣା।

ନିଖୋଜ ଏୟାରକ୍ରାଫ୍‌ଟ ଏଏନ୍‌-୩୨କୁ ଖୋଜିବା ପାଇଁ ବଙ୍ଗୋପସାରରେ ୪ଟି ବିମାନ, ୧୨ଟି ଜାହାଜ ଓ ଗୋଟିଏ ସବମେରିନ୍‌ ସାହାଯ୍ୟରେ ସର୍ଚ୍ଚ ଅପରେସନ୍‌ ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos