ରାଉରକେଲାରେ ପୁଣି ବାର୍ଡ଼ ଫ୍ଲୁ ଆଶଙ୍କା

ରାଉରକେଲା: ରାଉରକେଲା ସେକ୍ଟର ୯ ସ୍ଥିତ ଲାଗୁନ ପାର୍କ ଓ ମନ୍ଦିର ପାର୍ଶ୍ୱରେ ବହୁ କାଉ ମରି ପଡ଼ିଥିବାରୁ ପୁଣି ବାର୍ଡ଼ ଫ୍ଲୁ ବ୍ୟାପୁଥିବା ଆଶଙ୍କା କରାଯାଉଛି। ଏ ନେଇ ଅଭିଯୋଗ ହେବା ପରେ ସ୍ଥାନୀୟ ପ୍ରଶାସନ ମଲା କାଉ ଗୁଡ଼ିକୁ ପୋଡି ଦେବା ସହ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଛି।

କିଛି ଦିନ ତଳେ ସିଆଇଏସ୍‌ଏଫ୍‌ କ୍ୟାମ୍ପ୍ସରେ ୨୦୦ରୁ ଅଧିକ କାଉ ମରି ପଡ଼ିଥିଲେ। ସେମାନଙ୍କ ନମୂନା ପରୀକ୍ଷାରୁ H5N1 ଭୁତାଣୁ ଥିବା ଜଣାପଡ଼ିଥିଲା। ତା’ପରେ ଆଇଜି ପାର୍କରେ ମାରିଥିବା ବତକ ଦେହରେ ବାର୍ଡ଼ ଫ୍ଲୁ ଭୁତାଣୁ ମିଳିଥିଲା।

କଚାରୁ ଗାଁରେ ଥିବା ଫାର୍ମରେ କୁକୁଡ଼ାଙ୍କଠାରେ ବାର୍ଡ଼ ଫ୍ଲୁ ଭୁତାଣୁ ଚିହ୍ନଟ ହେବା ପରେ ପ୍ରଶାସନ ୧୪୫୦ଟି କୁକୁଡା ମାରିଥିଲା।