ଚିଲିକାରେ ପକ୍ଷୀଗଣନା ଆରମ୍ଭ

ବାଲୁଗାଁ/ମାଲକାନଗିରି(ଓଡ଼ିଶା ରିପୋର୍ଟର): ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି। ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି। ଏଥିପାଇଁ ୧୦୦ରୁ ଅଧିକ ଗଣନାକାରୀଙ୍କୁ ନେଇ ୨୧ଟି ଟିମ୍ ଗଠନ କରାଯାଇଛି। ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ପକ୍ଷୀ ଗଣନା ପୂର୍ବରୁ ଗତକାଲି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ଟି ଟିମ୍‌ର ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। […]

birdas

birdas

Jyoshna Pradhan
  • Published: Sunday, 05 January 2020
  • Updated: 05 January 2020, 08:41 AM IST

Sports

Latest News

ବାଲୁଗାଁ/ମାଲକାନଗିରି(ଓଡ଼ିଶା ରିପୋର୍ଟର): ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି। ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି। ଏଥିପାଇଁ ୧୦୦ରୁ ଅଧିକ ଗଣନାକାରୀଙ୍କୁ ନେଇ ୨୧ଟି ଟିମ୍ ଗଠନ କରାଯାଇଛି। ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ।

ପକ୍ଷୀ ଗଣନା ପୂର୍ବରୁ ଗତକାଲି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ଟି ଟିମ୍‌ର ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ।

ଚିଲିକାକୁ ସାଧାରଣତଃ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ୨୨ଟି ଦେଶରୁ ବିଦେଶୀ ପକ୍ଷୀ ଆସିଥା’ନ୍ତି।  ଗତବର୍ଷ ୧୮୧ ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ ବିଦେଶୀ ପକ୍ଷୀ ଆସିଥିଲେ। ଚଳିତ ବର୍ଷ ପାଗ ଅନୁକୂଳ ନଥିବାରୁ ପକ୍ଷୀ ସଂଖ୍ୟା ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରାଯାଉଥିବା ବନ୍ୟପ୍ରାଣୀ ଗବେଷକ କହିଛନ୍ତି।

ସେହିପରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଜଳଭଣ୍ଡାରରେ ଗତକାଲିଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ସତୀଗୁଡ଼ା ଜଳଭଣ୍ଡାରରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି। ଗତବର୍ଷ ଏଠାରେ ବିଭିନ୍ନ ପ୍ରଜାତିର ୨ ହଜାର ୧୧୭ ପକ୍ଷୀ ଥିବା ବେଳେ, ଗତକାଲିର ଗଣନାରେ ଏହା ୧୫୮୮କୁ ହ୍ରାସ ପାଇଥିବା ମାଲକାନଗିରି ବନାଞ୍ଚଳ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos