ବିଶାଖାପାଟଣା ଦୁର୍ଘଟଣାର ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶାଖାପାଟଣା ଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ତଙ୍କ ମୃତଦେହକୁ ଆଜି ବାଲେଶ୍ୱର ଅଣାଯାଉଛି। ଏହି […]

naveen

naveen

Rakesh Mallick
  • Published: Monday, 15 February 2016
  • Updated: 15 February 2016, 09:57 AM IST

Sports

Latest News

ଭୁବନେଶ୍ୱର: ବିଶାଖାପାଟଣା ଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ବାଲେଶ୍ୱର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ତଙ୍କ ମୃତଦେହକୁ ଆଜି ବାଲେଶ୍ୱର ଅଣାଯାଉଛି। ଏହି ଘଟଣାକୁ ନେଇ ମୃତକଙ୍କ ଗାଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ  ଆରୁହାବୃର୍ତ୍ତିରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

ଗତକାଲି ହାଇଦ୍ରାବାଦରୁ ମୃତଦେହ ଧରି ଫେରୁଥିବା ସମୟରେ ବିଶାଖାପାଟଣା ଠାରୁ ୬୦ କିଲୋମିଟର ଦୂର ୟାଲମଞ୍ଚାଲି ନିକଟରେ ଗଛରେ ଆମ୍ବୁଲାନ୍ସ ପିଟିହୋଇ ଯାଇଥିଲା। ଦୁର୍ଘଟଣାରେ ଦୁଇ ପୁଅ ଓ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ରବି ଗିରି, ତାଙ୍କ ମା’,ଭଉଣୀ,ଭାଇ ଓ ୬ ମାସର ଝିଅ। ରବି ନିଜ ବାପା ନିରଞ୍ଜନ ଗିରିଙ୍କ ମୃତଦେହ ନେଇ ହାଇଦ୍ରାବାଦରୁ ବାଲେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ବିଶାଖାପାଟଣାର କିଙ୍ଗ୍ ଜର୍ଜ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos