ବିଭିନ୍ନ ସରକାରୀ ପଲିଟେକନିକରେ ନିଯୁକ୍ତି ପାଇଲେ ୨୦୮ ଅଧ୍ୟାପକ

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ପଲିଟେକନିକରେ ନିଯୁକ୍ତି ପାଇଲେ ୨୦୮ ଜଣ ଅଧ୍ୟାପକ ଓ ଅଧ୍ୟାପିକା। ଗୁରୁବାର ଭୁବନେଶ୍ୱରରେ ଓଡିଶା ବୈଷୟିକ ଶିକ୍ଷା ଓ ତାଲିମ ସେବାରେ ନବନିଯୁକ୍ତ ଏହି ଅଧ୍ୟାପକ ମାନଙ୍କୁ ନିଯୁକ୍ତି ଓ ଯୋଗଦାନ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଏବେ ୩୨ଟି ସରକାରୀ ପଲିଟେକନିକ୍ ଥିବା ବେଳେ ଭଦ୍ରକ, ଦେଓଗଡ଼ ଓ ଜଗତସିଂହପୁରରେ ଆଉ ତିନୋଟି ସରକାରୀ ପଲିଟେକନିକ ଖୋଲିବା ସହ ଖୁବ ଶୀଘ୍ର ଆଉ ୧୦୯ ଟି ଅଧ୍ୟାପକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ଆଦିବାସୀ ଓ ସଂଖ୍ୟାଲଘୁ ଅଂଚଳରେ ସରକାରୀ ଆଇଟିଆଇ ଓ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଖୋଲିବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।