କର୍ମୀଙ୍କୁ ନବୀନଙ୍କ ଆହ୍ୱାନ: ସରକାରଙ୍କ ଆଭିମୁଖ୍ୟ ଲୋକଙ୍କୁ ଜଣାଅ

ଭୁବନେଶ୍ୱର: ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ପର୍ଯ୍ୟବେକ୍ଷକ ପ୍ରଶିକ୍ଷଣ ଶିବର ଆଜି ଶେଷ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। କର୍ମୀମାନଙ୍କୁ ନବୀନ ଆହ୍ୱାନ ଦେଇ କହିଛନ୍ତି- “ସଂଗଠନକୁ ମଜବୁତ କରି। ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଲୋକଙ୍କୁ ଜଣାଅ।” ତୃଣମୂଳ ସ୍ତରର ପର୍ଯ୍ୟପେକ୍ଷକମାନଙ୍କ ସହ ନିଜେ ସିଧାସଳଖ ଆଲୋଚନା କରିବି ବୋଲି ନବୀନ […]

cm

cm

Rakesh Mallick
  • Published: Sunday, 30 July 2017
  • Updated: 30 July 2017, 08:58 PM IST

Sports

Latest News

ଭୁବନେଶ୍ୱର: ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ପର୍ଯ୍ୟବେକ୍ଷକ ପ୍ରଶିକ୍ଷଣ ଶିବର ଆଜି ଶେଷ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। କର୍ମୀମାନଙ୍କୁ ନବୀନ ଆହ୍ୱାନ ଦେଇ କହିଛନ୍ତି- “ସଂଗଠନକୁ ମଜବୁତ କରି। ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଲୋକଙ୍କୁ ଜଣାଅ।”

ତୃଣମୂଳ ସ୍ତରର ପର୍ଯ୍ୟପେକ୍ଷକମାନଙ୍କ ସହ ନିଜେ ସିଧାସଳଖ ଆଲୋଚନା କରିବି ବୋଲି ନବୀନ କହିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ରୂପରେଖ ଓ ଏହାର ସଫଳ ରୂପାୟନ ପାଇଁ ବ୍ଲକସ୍ତରୀୟ ନେତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବ୍ଲକ ସ୍ତରର ପର୍ଯ୍ୟବେକ୍ଷକଙ୍କ ସମେତ ନେତା ଓ କର୍ମୀ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos