‘ବିଜୁ ଯୁବ ବାହିନୀ’କୁ ଟକ୍କର ଦେବ ‘ନୂଆ ଓଡ଼ିଶା ନିର୍ମାଣ ଅଭିଯାନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀକୁ ଟକ୍କର ଦେବାକୁ ବିଜେପି ଆରମ୍ଭ କରିବ ନୂଆ ଓଡ଼ିଶା ନିର୍ମାଣ ଅଭିଯାନ। ଉତ୍କଳ ଦିବସର ପ୍ରଥମ ସୂର୍ଯ୍ୟୋଦୟରେ ନୂଆ ଓଡ଼ିଶା ଗଠନ ନେଇ ଯୁବକମାନେ ଚନ୍ଦ୍ରଭାଗାରେ ଶପଥ ନେବେ। ପ୍ରତି ପଞ୍ଚାୟତରେ ଅତି କମ୍‌ରେ ୨୫ ଜଣ ଯୁବକଙ୍କୁ ନେଇ ସରକାରଙ୍କ ବିଜୁ ଯୁବବାହିନୀର ପରିକଳ୍ପନା ପରେ ଭୋଟବ୍ୟାଙ୍କ ଦୋହଲି ଯିବା ଆଶଙ୍କାରେ ବିଜେପି ନିଜ ପକ୍ଷରେ ଯୁବକଙ୍କୁ ବାନ୍ଧି ରଖିବା ପାଇଁ ଏଭଳି ଯୋଜନା କରିଛି। ଆସନ୍ତା ୧ […]

bjd and bjp fighting each other

bjd and bjp fighting each other

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀକୁ ଟକ୍କର ଦେବାକୁ ବିଜେପି ଆରମ୍ଭ କରିବ ନୂଆ ଓଡ଼ିଶା ନିର୍ମାଣ ଅଭିଯାନ। ଉତ୍କଳ ଦିବସର ପ୍ରଥମ ସୂର୍ଯ୍ୟୋଦୟରେ ନୂଆ ଓଡ଼ିଶା ଗଠନ ନେଇ ଯୁବକମାନେ ଚନ୍ଦ୍ରଭାଗାରେ ଶପଥ ନେବେ। ପ୍ରତି ପଞ୍ଚାୟତରେ ଅତି କମ୍‌ରେ ୨୫ ଜଣ ଯୁବକଙ୍କୁ ନେଇ ସରକାରଙ୍କ ବିଜୁ ଯୁବବାହିନୀର ପରିକଳ୍ପନା ପରେ ଭୋଟବ୍ୟାଙ୍କ ଦୋହଲି ଯିବା ଆଶଙ୍କାରେ ବିଜେପି ନିଜ ପକ୍ଷରେ ଯୁବକଙ୍କୁ ବାନ୍ଧି ରଖିବା ପାଇଁ ଏଭଳି ଯୋଜନା କରିଛି।

ଆସନ୍ତା ୧ ତାରିଖରେ ଚନ୍ଦ୍ରଭାଗା କୂଳରେ ନୂଆ ଓଡ଼ିଶା ନିର୍ମାଣ ପାଇଁ ଶପଥ ନେବେ ଯୁବକ ଓ ଯୁବତୀ। ଏଥିପାଇଁ ଚାଲିଛି ପ୍ରସ୍ତୁତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶୁ ମହାରଣାଙ୍କ ପରିବାରର ଜଣେ ଦାୟାଦ ଯୁବକଙ୍କୁ ଶପଥ ପାଠ କରେଇବେ। ତେବେ ଏହି କାର୍ଯ୍ୟକ୍ରମକୁ ପ୍ରାଚୀ ଟ୍ରଷ୍ଟ ନାମକ ବେସରକାରୀ ସଂସ୍ଥା ଆୟୋଜନ କରୁଥିଲେ। କୁହାଯାଉଛି, ସରକାରଙ୍କ ବିଜୁ ଯୁବ ବାହିନୀକୁ ଟକ୍କର ଦେବା ପାଇଁ ପ୍ରଚ୍ଛଦପଟରେ ରହି ନୂଆ ଓଡ଼ିଶା ନିର୍ମାଣ ଅଭିଯାନର ପରିକଳ୍ପନା କରିଛି ବିଜେପି। ଚର୍ଚ୍ଚା ହେଉଛି, ଗାଁ ଗାଁରେ ନବୀନ ପଟ୍ଟନାୟକ ୟଙ୍ଗ ବ୍ରିଗେଡ଼ ଓ ବିଜୁ ଯୁବ ବାହିନୀ ଗଠନ କେଉଁଠି ନା କେଉଁଠି, ବିଜେପିକୁ ବିକଳ୍ପ ସଂଗଠନ ଗଢିବା ପାଇଁ ବାଧ୍ୟ କରିଛି। ତେବେ ଦଳୀୟ ବ୍ୟାନରେ ମଇଦାନକୁ ନ ଓହ୍ଲାଇ ସାମାଜିକ ସଂଗଠନ ମାଧ୍ୟମରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଉତ୍କଳ ଦିବସରେ ସରକାରୀ କାର୍ଯ୍ୟକ୍ରମକୁ ଟକ୍କର ଦେବା ପାଇଁ ଗତ ବର୍ଷ ପରି ଏଥର ମଧ୍ୟ ଯୋଜନା କରିଛି ବିଜେପି। ବରମୁଣ୍ଡା ପଡିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ବଲିଉଡ ସିଙ୍ଗର ପଦ୍ମଶ୍ରୀ କୈଳାସ ଖେର। ଏଥିପାଇଁ ରାଜଧାନୀର ପ୍ରମୁଖ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ମଧ୍ୟ ଲଗାଯାଇଛି। ସେହିପରି ପ୍ରତି ମଣ୍ଡଳରେ ଦଳ ଧୁମଧାମରେ ଉତ୍କଳ ଦିବସ ପାଳନ କରିବେ।

ଉତ୍କଳ ଦିବସକୁ ପ୍ରଭାବୀ ଢଙ୍ଗରେ ପାଳିବା ପାଇଁ ଗତବର୍ଷ ପରି ଏଥର ମଧ୍ୟ ଜିଲ୍ଲାକୁ ଗସ୍ତ କରିବେ ମନ୍ତ୍ରୀ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ୨ ମନ୍ତ୍ରୀ, ୨ ବିଧାୟକ ଓ ମେୟର ଉପସ୍ଥିତ ରହିବେ। ପତିଆରା ପାଇଁ ବିଜେପି ଓ ବିଜେଡିର ଏହି ପ୍ରତିଯୋଗିତାକୁ କଟାକ୍ଷ କରିଛି କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos