ବିଜେଡ଼ି-ବିଜେପି ସମର୍ଥକଙ୍କ ମଧ୍ୟରେ ମାରପିଟ୍: ୩ ଆହତ, ଥାନାରେ ଏତଲା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ପ୍ରାକ୍ ନିର୍ବାଚନୀ ହିଂସା। ଆସନ୍ତା ୨୦ ତାରିଖରେ ଏହି ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଘଟିଛି ହିଂସାକାଣ୍ଡ। କୁରୁମପୁରୀ ପଞ୍ଚାୟତରେ ପ୍ରଚାରକୁ ନେଇ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଛି ଏମାନେ ବିଜେଡି ଓ ବିଜେପିର ସମର୍ଥକ ବୋଲି ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରାମନରେଶ ଅହିର ଓ ତାଙ୍କ ୨ ପୁଅ ଆହତ ହୋଇଥିବାବେଳେ ବିଜେପି ସମର୍ଥିତ ପ୍ରାର୍ଥୀ […]

nuapada

nuapada

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 08:51 PM IST

Sports

Latest News

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ପ୍ରାକ୍ ନିର୍ବାଚନୀ ହିଂସା। ଆସନ୍ତା ୨୦ ତାରିଖରେ ଏହି ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଘଟିଛି ହିଂସାକାଣ୍ଡ। କୁରୁମପୁରୀ ପଞ୍ଚାୟତରେ ପ୍ରଚାରକୁ ନେଇ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଛି ଏମାନେ ବିଜେଡି ଓ ବିଜେପିର ସମର୍ଥକ ବୋଲି ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରାମନରେଶ ଅହିର ଓ ତାଙ୍କ ୨ ପୁଅ ଆହତ ହୋଇଥିବାବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଶଙ୍କର ପ୍ରସାଦ ଗୁପ୍ତା ମଧ୍ୟ ଆହତ ହୋଇଛନ୍ତି। ଗଣ୍ଡଗୋଳ ପାଇଁ ବିଜେପିକୁ ଦାୟୀ କରିଛି ବିଜେଡି। ଏହାସହ ଭୁବନେଶ୍ୱରରେ ଦଳୀୟ ନେତା, କର୍ମୀ ଓ ବିଧାୟକଙ୍କୁ ନେଇ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ସେପଟେ ବିଜେଡ଼ିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ଅପରପକ୍ଷରେ ଉଭୟ ବିଜେଡି ଏବଂ ବିଜେପି ପକ୍ଷରୁ ଥାନାରେ ଏତଲା ଦାୟାର ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos