ଶ୍ରୀକ୍ଷେତ୍ରରେ ୨୦ ବର୍ଷର ପୂର୍ତ୍ତି ପାଳିବ ବିଜେଡି: ନବୀନ ଫୁଙ୍କିବେ କର୍ମୀଙ୍କ କାନରେ ମନ୍ତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶୁଭିବ ବିଜେଡିର ଶଙ୍ଖ ଧ୍ୱନୀ। ପରମ୍ପରାର ସହରରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଉତ୍ସବ। ଦଳକୁ ୨୦ ବର୍ଷ ପୁରୁଥିବାରୁ ପ୍ରଥମ ଥର ପାଇଁ ପୁରୀରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ଦଳ। ଆଜି ସଚିବାଳୟରେ ଦଳର ବରିଷ୍ଠ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ଫୋକସରେ ରହିବ ନବୀନଙ୍କ ନ୍ୟୁ ଓଡିଶାର ଭିଜନ୍। ଦଳର ସଙ୍ଗଠନକୁ ମଜଭୁତ୍ […]

bjd-celebrate-20-year-in-puri

bjd-celebrate-20-year-in-puri

Rakesh Mallick
  • Published: Monday, 04 December 2017
  • Updated: 04 December 2017, 10:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶୁଭିବ ବିଜେଡିର ଶଙ୍ଖ ଧ୍ୱନୀ। ପରମ୍ପରାର ସହରରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଉତ୍ସବ। ଦଳକୁ ୨୦ ବର୍ଷ ପୁରୁଥିବାରୁ ପ୍ରଥମ ଥର ପାଇଁ ପୁରୀରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ଦଳ। ଆଜି ସଚିବାଳୟରେ ଦଳର ବରିଷ୍ଠ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ଫୋକସରେ ରହିବ ନବୀନଙ୍କ ନ୍ୟୁ ଓଡିଶାର ଭିଜନ୍। ଦଳର ସଙ୍ଗଠନକୁ ମଜଭୁତ୍ ଆଉ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଶଙ୍ଖ ଫୁଙ୍କିବ ବିଜେଡି। ବ୍ରାଣ୍ଡ ନବୀନଙ୍କୁ ପ୍ରମୋଟ୍ କରି, ରାଜ୍ୟ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଚାଁଇବା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଏଥର ପ୍ରତିଷ୍ଠା ଦିବସରେ ପ୍ରତି ପଂଚାୟତରୁ ବିଜେଡି ନେତା ଓ କର୍ମୀ ପୁରୀରେ ଏକାଠି ହେବେ। କାର୍ଯ୍ୟକ୍ରମର ବିତ୍ସୃତ ରୂପରେଖ କଣ ହେବ, ସନେଇ ଏବେ ବିଚାର ବିମର୍ଶ ଚାଲିଛି। ଆସନ୍ତାକାଲି ଦଳର ପ୍ରସ୍ତୁତି ବୈଠକ ବସି ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ।

୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ହୋଇଥିଲା ବିଜୁ ଜନତା ଦଳ (ବିଜେଡି)। ଏହାରି ଭିତରେ ଦଳ ନିରଙ୍କୁଶ କ୍ଷମତାରେ ରହି ଆସିଛି। ସାଧାରଣ ନିର୍ବାଚନରେ ବି ଦଳକୁ ସଫଳତା ମିଳିଛି।   ହେଲେ ପଂଚାୟତ ନିର୍ବାଚନରେ ଦଳକୁ ଝଟକା ଲଗିଥିଲା। ବିଜେପିକୁ ମିଳିଥିଲା ସଫଳତା। ଏହାପରେ ପରେ ପୁରୀରୁ ବିଜେପିର ନବକଳେବର ଆରମ୍ଭ ହେବ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚର୍ଚ୍ଚା ହେଉଛି, ବିଜେପିର ନବକଳେବର ଫଣ୍ଡାକୁ କାଉଣ୍ଟର କରିବା ପାଇଁ ଦଳ ପୁରୀରେ ପ୍ରତିଷ୍ଠା ଦିବସ ପାଳନର ରଣନୀତି ଆପଣେଇଛି। ତାସହିତ ବିଜେପୁର ଉପନିର୍ବାଚନଠୁ ଆରମ୍ଭ କରି, ପୌର ନିର୍ବାଚନ ଆଉ ତାପରେ ସାଧାରଣ ନିର୍ବାଚନ ଏସବୁ ନେଇ ଦଳ ପାଇଁ ଅଗ୍ନପରୀକ୍ଷା ହେବ। ତେଣୁ ପୁରୀ ବୈଠକରେ କର୍ମୀଙ୍କ ଭିତରେ ନୂଆ ଉତ୍ସାହ ଭରିବ ଦଳ।

ପଞ୍ଚାୟତ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି। ନବୀନଙ୍କ ଓ୍ୱାର୍କି ଷ୍ଟାଇଲ୍ ବି ବଦଳିଛି। ମାହୋଲ ବନାଇ ରାଜ୍ୟ ରାଜନୀତିକୁ ସରଗରମ କରିବାକୁ ଚାହୁଁଛି ଦଳ ଓ ସରକାର। ସେଥିପାଇଁ ଶିଶୁଦିବସର ପ୍ରଶଂସା ଗୋଟାଇଥିବା ନବୀନ ପୁରୀରେ ପ୍ରତିଷ୍ଠା ଦିବସ ପାଳନ କରି କଣ ବାର୍ତ୍ତା ଦେବେ ତାଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story