‘ଜୁଏଲ୍‌ଙ୍କ ଗାଡ଼ିରେ ଫୁଏଲ୍‌ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଏଲ୍‌ ଓରାମ ଜଣେ ଆଦିବାସୀ। ଏବେ ସେ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି। ଆଗରୁ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ହେଲେ ସେ ଆଦିବାସୀଙ୍କ ଉନ୍ନତି ପାଇଁ କ’ଣ କରିଛନ୍ତି, ତାହା ତାଙ୍କୁ ଜଣା। ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମକୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଏଥିରୁ ଜଣାପଡ଼ୁଛି ଜୁଏଲଙ୍କ ଗାଡ଼ିରେ ଫୁଏଲ୍‌ ନଥିଲା ପରି। ବିକାଶକୁ ବିରୋଧ କରି ଜୁଏଲ୍‌ ନିଜ ଗୋଡ଼ରେ କୁରାଢ଼ୀ […]

bjd criticized central minister jual oram

bjd criticized central minister jual oram

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 06:26 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଏଲ୍‌ ଓରାମ ଜଣେ ଆଦିବାସୀ। ଏବେ ସେ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି। ଆଗରୁ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ହେଲେ ସେ ଆଦିବାସୀଙ୍କ ଉନ୍ନତି ପାଇଁ କ’ଣ କରିଛନ୍ତି, ତାହା ତାଙ୍କୁ ଜଣା। ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମକୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଏଥିରୁ ଜଣାପଡ଼ୁଛି ଜୁଏଲଙ୍କ ଗାଡ଼ିରେ ଫୁଏଲ୍‌ ନଥିଲା ପରି। ବିକାଶକୁ ବିରୋଧ କରି ଜୁଏଲ୍‌ ନିଜ ଗୋଡ଼ରେ କୁରାଢ଼ୀ ମାରିବା ସଦୃଶ କାମ କରିଛନ୍ତି। ଗତକାଲି ଏପରି ଢ଼ଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ।

ଜନଜାତିଙ୍କ ସର୍ବାଙ୍ଗୀନ ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଏଥିପାଇଁ ଏକାଧିକ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରି ହେଉଛି। ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦ ଗଠନ କରିବା ରାଜ୍ୟ ସରକାରଙ୍କର ଏକ ଅଭିନବ ଉଦ୍ୟମ। ଆଦିବାସୀ ବହୁଳ ୯ ଟି ଜିଲ୍ଲାର ଜନଜାତିଙ୍କ ବିକାଶ ପାଇଁ ଏହା ଏକ ସମର୍ପିତ ପ୍ରୟାସ। ଏହାକୁ କେନ୍ଦ୍ରମନ୍ତ୍ରୀ ଓରାମ ବିରୋଧ କରି ଏଥିରେ ରାଜନୀତି ଅଛି ବୋଲି କହିବା, ତାଙ୍କ ହୀନମନ୍ୟତା ଓ ଅପରିପକ୍ୱତାର ପରିଚୟ ଦେଇଛି। ବିଜେଡିର ରାଜନୀତି ହେଉଛି- ବିକାଶ କୈନ୍ଦ୍ରୀୟ। ଯେଉଁ ରାଜନୀତି ବିକାଶକୁ ପ୍ରାଧାନ୍ୟ ଦିଏ, ତାହା ସର୍ବଦା ଗ୍ରହଣୀୟ। ଶ୍ରୀ ଓରାମ ବିଜେପୁରରେ ବିଜେପିର ବିପର୍ଯ୍ୟକୁ ବୋଧେ ହଜମ କରିପାରୁନାହାନ୍ତି। ସେଥିପାଇଁ ତାଙ୍କୁ ସବୁ ରାଜନୀତି ଦିଶୁଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସେ କହିଛନ୍ତି-“ହାରୁ ହାରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ଜୁଏଲ୍‌ଙ୍କ ରାଜନୈତିକ ସ୍ଥିତି ଓଡ଼ିଶାରେ କ’ଣ ଅଛି ସମସ୍ତଙ୍କୁ ଜଣା। ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବିରୋଧ କରି ସେ ନିଜ ଗୋଡ଼ରେ କୁରାଢ଼ୀ ମାରୁଛନ୍ତି। ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ କେଉଁଠୁ ପଇସା ଆସିବ, ତାହା ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ସେଥିରେ ଅଜଥାରେ ମୁଣ୍ଡ ନପୂରାଇ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର, ରାଜ୍ୟ ସରକାରଙ୍କ ଉଦ୍ୟମକୁ କିଭଳି  ସଶକ୍ତି ଓ ପରିପୁଷ୍ଟ ହୋଇପାରିବ, ସେଥିପାଇଁ ପ୍ରସ୍ତାବ ରଖିବା ଉଚିତ।”

ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦକୁ ନେଇ ଗତକାଲି ସକାଳେ ଜୁଏଲ୍‌ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ। ସେ କହିଥିଲେ-“ଏହା ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦ ନୁହେଁ, ବିଜେଡି ବିକାଶ ପରିଷଦ। ଆଦିବାସୀ ବହୁଳ ୯ ଜିଲ୍ଲାର ୧୧୭ ବ୍ଲକରେ ବିଜେଡି ହାରିଛି। ତେଣୁ ଆଦିବାସୀଙ୍କୁ ଟଙ୍କା ଦେଇ ଫାଇଦା ନେବାକୁ ବିଜେଡି ଚାହୁଁଛି। ଖର୍ଚ୍ଚ ପାଇଁ ୧୭୫ କୋଟି ଅଟକଳ ହୋଇଛି, ସେସବୁ କେଉଁଠୁ ଆଣିଲେ? ସେସବୁ ଟଙ୍କା କେନ୍ଦ୍ର ଅନୁଦାନରୁ ନା ରାଜ୍ୟ ବଜେଟରୁ ଖର୍ଚ୍ଚ କରିବେ? ବିଜେଡି ଲୋକଙ୍କୁ ଥଇଥାନ କରି ଆଦିବାସୀଙ୍କୁ ଭକୁଆ ବନା ଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos