‘ବିଜେଡି ଦୁର୍ଯ୍ୟୋଧନକୁ ବିଜେପି ଦୁଃଶାସନ’

ଭୁବନେଶ୍ୱର: ବିଜେଡି ଦୁର୍ଯ୍ୟୋଧନ ଆଉ ବିଜେପି ଦୁଃଶାସନ। ମହାନଦୀ ପ୍ରସଙ୍ଗରେ ଏପରି କହି ଉଭୟ ଦଳକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ବିଭିନ୍ନ ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ପ୍ରସାଦ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ପ୍ରସାଦ କହିଛନ୍ତି,“ମହାନଦୀକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦେଖା ଦେଇଥିବା ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଦଳୀୟ ସ୍ୱର୍ଥକୁ ଦେଖୁଛନ୍ତି। ମହାନଦୀ ପ୍ରସଙ୍ଗରେ ସାମ୍ବିଧାନିକ ଓ ଆଇନଗତ […]

congress

congress

Rakesh Mallick
  • Published: Monday, 17 April 2017
  • Updated: 17 April 2017, 09:20 PM IST

ଭୁବନେଶ୍ୱର: ବିଜେଡି ଦୁର୍ଯ୍ୟୋଧନ ଆଉ ବିଜେପି ଦୁଃଶାସନ। ମହାନଦୀ ପ୍ରସଙ୍ଗରେ ଏପରି କହି ଉଭୟ ଦଳକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ବିଭିନ୍ନ ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ପ୍ରସାଦ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ପ୍ରସାଦ କହିଛନ୍ତି,“ମହାନଦୀକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦେଖା ଦେଇଥିବା ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଦଳୀୟ ସ୍ୱର୍ଥକୁ ଦେଖୁଛନ୍ତି। ମହାନଦୀ ପ୍ରସଙ୍ଗରେ ସାମ୍ବିଧାନିକ ଓ ଆଇନଗତ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ସେ ଓଡ଼ିଶା ବାରମ୍ବାର ଆସି କେବଳ ନିରାଶ କରୁଛନ୍ତି। ଏଥର ବି ଆସିଲେ, ଶୋ’ବାଜି କଲେ ଓ ଫେରିଗଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos