ଆଇନକୁ ଜଳାଞ୍ଜଳି: ‘କାଳିଆ’ ନାଁରେ ନିର୍ବାଚନୀ ଚାନ୍ଦା ବାଣ୍ଟୁଛି ବିଜେଡି ସରକାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ନିର୍ବାଚନୀ ବର୍ଷରେ ପ୍ରଚଳିତ ଗାଇଡଲାଇନକୁ ଅଣଦେଖା ଓ ହିତାଧିକାରୀ ଚୟନରେ ପାରଦର୍ଶିତାର ଅଭାବର ଫାଇଦା ନେଇ ବିଜେଡିର ଆଗାଧାଡ଼ିର ନେତାଙ୍କଠୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀ ପର୍ଯ୍ୟନ୍ତ ‘କାଳିଆ’ ଯୋଜନାର ହିତାଧିକାରୀ ସାଜି ପ୍ରଥମ କିସ୍ତିରେ ୫ହଜାର ଟଙ୍କାର ସହାୟତା ନେଇଛନ୍ତି। ଆଉ ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆଣି ପ୍ରକୃତ ଚାଷୀଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ସୁନିଶ୍ଚିତ କରିବା ବଦଳରେ ସରକାର ଓଲଟା ‘ବଡ଼ ବଡ଼ […]

i

i

Hemant Lenka
  • Published: Thursday, 31 January 2019
  • Updated: 31 January 2019, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ନିର୍ବାଚନୀ ବର୍ଷରେ ପ୍ରଚଳିତ ଗାଇଡଲାଇନକୁ ଅଣଦେଖା ଓ ହିତାଧିକାରୀ ଚୟନରେ ପାରଦର୍ଶିତାର ଅଭାବର ଫାଇଦା ନେଇ ବିଜେଡିର ଆଗାଧାଡ଼ିର ନେତାଙ୍କଠୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀ ପର୍ଯ୍ୟନ୍ତ ‘କାଳିଆ’ ଯୋଜନାର ହିତାଧିକାରୀ ସାଜି ପ୍ରଥମ କିସ୍ତିରେ ୫ହଜାର ଟଙ୍କାର ସହାୟତା ନେଇଛନ୍ତି।

ଆଉ ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆଣି ପ୍ରକୃତ ଚାଷୀଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ସୁନିଶ୍ଚିତ କରିବା ବଦଳରେ ସରକାର ଓଲଟା ‘ବଡ଼ ବଡ଼ ଯୋଜନାରେ ଏଭଳି ଛୋଟ ଛୋଟ ଭୁଲ୍ ହୁଏ’ ବୋଲି କହି ଦାୟିତ୍ୱ ଖସାଇବାକୁ ଚେଷ୍ଟା କରିଛନ୍ତି। ତା’ଛଡ଼ା ବାସ୍ତବରେ କେତେ ଚାଷୀଙ୍କ ପାଖରେ ପ୍ରଥମ ପର୍ଯ୍ୟାୟ ସହାୟତା ମିଳିଛି ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଛି। କାଳିଆ ପାଇଁ ଉଦ୍ଦିଷ୍ଟ ଗାଇଡଲାଇନ୍ ନୁହେଁ ବରଂ ସରକାର ଏବେ ‘ସେଲଫ୍ ଡିକ୍ଲାରେସନ୍ ଓ ସେଲଫ୍ ସିଲେକ୍ସନ୍ ’ ନୀତିରେ ହିତାଧିକାରୀ ଚୟନ କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ରାଜ୍ୟର ବିଜେଡି ସରକାର ତରବରିଆ ଭାବେ କାର୍ଯ୍ୟକାରୀ କରିଥିବା ‘କାଳିଆ’ ଯୋଜନା ଏବେ ବାଟବଣା ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଏହି ‘ଯୋଜନା’ ଲୋକଙ୍କ ପାଖରେ ୫ହଜାର ଟଙ୍କା ପହଞ୍ଚାଇବାର ଏକ ବଳିଷ୍ଠ ମାଧ୍ୟମ ହୋଇଛି,ଯାହାକୁ ଶାସକ ବିଜେଡି ଏବେ ନିଜର ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଉପଯୋଗ କରୁଥିବା ଜଣାପଡ଼ିଛି।

ହିତାଧିକାରୀ ଚୟନରେ ପାରଦର୍ଶିତା ଅଭାବରୁ ଅନେକ ଅଯୋଗ୍ୟ ହିତାଧିକାରୀ ସହାୟତା ପାଇବାରେ ଲାଗିଛନ୍ତି। ଏହି ଅଯୋଗ୍ୟ ହିତାଧିକାରୀ ତାଲିକାରେ ବର୍ତ୍ତମାନର ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ତାଙ୍କ ଭାଇ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଭାଇ ବୀରେନ୍ଦ୍ର ଆରୁଖ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ, ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭାଇ ଓ ପରିବାର ସଦସ୍ୟମାନେ ଥିବା ଜଣାପଡ଼ିଛି। ଏମାନଙ୍କ ଛଡ଼ା ସ୍ୱଚ୍ଛଳ ବର୍ଗରେ ସାମିଲ ଥିବା ବହୁ ବିଧାୟକ, ଆଗଧାଡ଼ିର ରାଜନେତା, ପ୍ରାୟ ଶହ ଶହ ସଂଖ୍ୟାରେ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଏହି ସହାୟତା ମିଳିଥିବା ଅଭିଯୋଗ ହେଉଛି।

ଜାନୁଆରୀ ୨୯ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ପ୍ରେସ ରିଲିଜ ଅନୁସାରେ, କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ‘ଚାଷ ପାଇଁ ଚାଷୀଙ୍କୁ ସହାୟତା’ରେ ୧୩.୦୩ ଲକ୍ଷ କ୍ଷୁଦ୍ର,ନାମମାତ୍ର ଓ ଭାଗଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ମାତ୍ର କୃଷି ସଚିବ ସୌରଭ ଗର୍ଗ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୨୨ଲକ୍ଷ ଚାଷୀଙ୍କ ଚିଠା ତାଲିକା ପ୍ରସ୍ତୁତ ହୋଇଥିଲା। ବ୍ୟାଙ୍କ ସହ ମିଶି ସରକାର ସେଥିରୁ ୭ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୧ଟଙ୍କା ଲେଖାଏ ‘ଟେଷ୍ଟ୍ ଚେକ୍’ ପଠାଇଥିଲେ।

ଏହି ସିଷ୍ଟମ ଠିକ୍ ଥିବା ଜଣାପଡ଼ିବା ପରେ ୨୫ତାରିଖରେ ଚୂଡ଼ାନ୍ତ ୧୨.୪୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ସହାୟତା ପଠାଯାଇଛି । ସେଥିରୁ ମାତ୍ର ୨୦ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚି ନଥିଲା। ଏବେ ଷ୍ଟେଟ୍ ବ୍ୟାଙ୍କ ସହ ମିଶି ସରକାର ଏହି ଅର୍ଥ ପଠାଇବା ବ୍ୟବସ୍ଥା କରୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ମାତ୍ର ଦୁଇଦିନ ତଳେ ୧୩.୦୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଦିଆଯାଇଥିବା କଥା ରାଜ୍ୟ କ୍ୟାବିନେଟକୁ ଅବଗତ କରିଥିବା କୃଷି ବିଭାଗର ସଚିବ ଶ୍ରୀ ଗର୍ଗ ଆଜି ସହାୟତା ପାଇଥିବା ଚାଷୀ ସଂଖ୍ୟାକୁ କିଭଳି ୧୨.୪୫ ଲକ୍ଷକୁ ହ୍ରାସ କଲେ?

ସେହିପରି ଡିସେମ୍ବର ୨୯ତାରିଖରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଚିଠି ଲେଖିବା ସହ ହିତାଧିକାରୀ ଚୟନ ଓ ଯୋଜନାର ସଫଳ ରୂପାୟନ ପାଇଁ ଗାଇଡଲାଇନ୍ ଜାରି କରିଥିଲେ। କିନ୍ତୁ ତାକୁ ପାଳନ କରାଯାଉନଥିବା କୃଷି ସଚିବ ଶ୍ରୀ ଗର୍ଗଙ୍କ ବୟାନରୁ ସ୍ପଷ୍ଟ ହୋଇଛି। ଶ୍ରୀ ଗର୍ଗ କହିଛନ୍ତି ଯେ, “ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ପାରଦର୍ଶିତାର ସହ କାର୍ଯ୍ୟକାରୀ କରାଯାଉଛି। ଏହା ସେଲଫ୍ ଡିକ୍ଲାରେସନ୍ (ଆତ୍ମ ଘୋଷଣା) ଓ ସେଲଫ୍ ସିଲେକ୍ସନ୍ (ସ୍ୱ-ଚୟନ) ମାଧ୍ୟମରେ ହିତାଧିକାରୀ ଚୟନ ହେଉଛି। ଏହି ପ୍ରକ୍ରିୟା ଏବେ ବି ରହିବ।”

ତେବେ ପ୍ରଶ୍ନ ଉଠୁଛି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଜିଲ୍ଲାପାଳମାନଙ୍କୁ କାଳିଆ ଯୋଜନାର ଯେଉଁ ଗାଇଡଲାଇନ ଦେଇଥିଲେ ସେଥିରେ ହିତାଧିକାରୀ ଚୟନ ପ୍ରସଙ୍ଗରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ “ଚାଷୀଙ୍କ ଯେଉଁ ଡାଟା ରହିଛି ତାକୁ ପଞ୍ଚାୟତସ୍ତରରେ ଥିବା ନୋଡାଲ ଅଫିସର ଯାଞ୍ଚ କରିବା ପରେ ତାହା ବ୍ଲକସ୍ତରରେ ନୋଡାଲ ଅଫିସରଙ୍କ ପାଖକୁ ପଠାଇବେ। ଯାହାକୁ ବ୍ଲକସ୍ତରୀୟ କମିଟି ଓ ଜିଲ୍ଲାସ୍ତରୀୟ କମିଟିର ଅନୁମୋଦନ ପରେ ରାଜ୍ୟ କୃଷି ବିଭାଗକୁ ଆସିବ।

ସେହି ହିତାଧିକାରୀ ତାଲିକାକୁ କୃଷି ବିଭାଗ ଅନୁମୋଦନ କରିବା ପରେ ବ୍ୟାଙ୍କ ଦ୍ୱାରା ଚାଷୀଙ୍କ ଆକାଉଣ୍ଟକୁ ସହାୟତା ପ୍ରଦାନ କରାଯିବ। ଯଦି ଯାଞ୍ଚର ଏଭଳି ବ୍ୟବସ୍ଥା ରହିଛି, ତା’ହେଲେ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିପାରନ୍ତେ।

ଯେଉଁ ମନ୍ତ୍ରୀ ଅବା ବିଧାୟକମାନେ ତାଲିକାରେ ସାମିଲ ହୋଇଛନ୍ତି ସେମାନେ ଅଯୋଗ୍ୟ ହିତାଧିକାରୀ ବୋଲି କ’ଣ ସ୍ଥାନୀୟ ପଞ୍ଚାୟତର ନୋଡାଲ ଅଫିସର ନା ବ୍ଲକ୍ କମିଟି ଜାଣିପାରିଲା ନାହିଁ? କେବଳ ଧର୍ମକୁ ଆଖିଠାର ମାରିବା ଭଳି ସରକାରୀ ଖର୍ଚ୍ଚରେ ନିର୍ବାଚନ ପାଇଁ ଟଙ୍କା ବାଣ୍ଟିବା ନ୍ୟାୟରେ ବିଜେଡି ସରକାର ଏବେ ଘରେ ଘରେ ୫ ହଜାର ଟଙ୍କାର ଲାଞ୍ଚ ପହଞ୍ଚାଇବାର ବ୍ୟବସ୍ଥା କରୁଥିବା ବିରୋଧୀ ଦଳ ଅଭିଯୋଗ କରୁଛନ୍ତି। ଆଉ କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଅତ୍ୟନ୍ତ ବେପରୁୱା ଭାବେ ‘ ବଡ଼ବଡ଼ ଯୋଜନାରେ ଏଭଳି ଛୋଟ ଛୋଟ ଭୁଲ୍ ହୁଏ’ ବୋଲି ସଫେଇ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story