ଗଠନ ହେଲା ବିଜେଡି ଆଇନଜୀବୀ ସାମୁଖ୍ୟ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ବା ଲିଗାଲ୍ ଫ୍ରଣ୍ଟ ଗଠନ ହୋଇଛି। ଏଥିସହିତ ବିଜେଡି କାର୍ଯ୍ୟାଳୟଠାରେ ପ୍ରଥମ ରାଜ୍ୟ କମିଟି ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସାମ୍ମୁଖ୍ୟର ଶୁଭାରମ୍ଭ କରିବା ସହିତ ରାଜ୍ୟ କମିଟି ବୈଠକର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଛି। ତାଙ୍କ ସରକାର ଗରିବଙ୍କ ପାଖରେ ଆଇନ ସହାୟତା ପହଞ୍ଚାଇଛି। ସେହିପରି ରାଜ୍ୟରେ ଖୁବଶୀଘ୍ର ଲ’କମିଶନ ଗଠନ କରାଯିବ। ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।