ରାସ୍ତାରେ ପହଞ୍ଚିଲା ଟିଭି ପରଦାର କଳି: ମନ୍ତ୍ରୀ ମୁଖପାତ୍ର ମୁହାଁମୁହିଁ

ଭୁବନେଶ୍ୱର: ମନ୍ତ୍ରୀ ଦାମୋଦର ରାଉତ ଏବଂ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସଙ୍କ ମଧ୍ୟରେ ବିବାଦ ଟିଭି ପରଦାରୁ ରାଜରାସ୍ତାକୁ ଆସି ଯାଇଛି। ଗତକାଲି ଓଟିଭର ନ୍ୟୁଜ୍‌ ଆଟ୍‌ ନାଇନ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିଲା। ଯାହାକୁ ନେଇ କଂଗ୍ରେସରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ମହିଳା କଂଗ୍ରେସ ପକ୍ଷରୁ ଦାମଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଷ୍ଟର ପୋଡ଼ା ଯାଇଛି। ଏହାସହ ଦାମଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। […]

otv

otv

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 11:20 PM IST

ଭୁବନେଶ୍ୱର: ମନ୍ତ୍ରୀ ଦାମୋଦର ରାଉତ ଏବଂ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସଙ୍କ ମଧ୍ୟରେ ବିବାଦ ଟିଭି ପରଦାରୁ ରାଜରାସ୍ତାକୁ ଆସି ଯାଇଛି। ଗତକାଲି ଓଟିଭର ନ୍ୟୁଜ୍‌ ଆଟ୍‌ ନାଇନ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିଲା। ଯାହାକୁ ନେଇ କଂଗ୍ରେସରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ମହିଳା କଂଗ୍ରେସ ପକ୍ଷରୁ ଦାମଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଷ୍ଟର ପୋଡ଼ା ଯାଇଛି। ଏହାସହ ଦାମଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

ଗତକାଲି ଓଟିଭିରେ ଚାଷୀଙ୍କ ଲାଗି ‘କାହା ଦରଦ ସତ’ ସଂପର୍କିତ ଆଲୋଚନା ବେଳେ  କୃଷିମନ୍ତ୍ରୀ ଦାମୋଦର ରାଉତ ସୁଲୋଚନାଙ୍କୁ ଆକ୍ଷେପ କରି କହିଥିଲେ ଆଲୋଚନାକୁ ଆସିବା ପୂର୍ବରୁ ପାଠପଢି ଆସନ୍ତୁ। ସୁଲୋଚନା ଏହାର ଜାବାବ୍ ଦେବାବେଳେ ଉତ୍‌କ୍ଷିପ୍ତ ହୋଇ ପଡିଥିଲେ। କାହାକୁ ଖୁସି କରି ସୁଲୋଚନା ମୁଖପାତ୍ର ହୋଇଛନ୍ତି ତାହା ସେ ଜାଣିଛନ୍ତି ବୋଲି ଦାମ କହିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଛି ଦେଇଛି।

ସୁଲୋଚନା କହିଛନ୍ତି,“ସେ ସବୁ ବେଳେ ମହିଳାଙ୍କ ପ୍ରତି ଖରାପ ମନ୍ତବ୍ୟ ଦେଇଥାନ୍ତି। ତାଙ୍କର ମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ। ସେ ଇସ୍ତଫା ଦିଅନ୍ତୁ।”

ଘଟଣା ବିବାଦୀୟ ହେଉଥିବା ବେଳେ ଦାମ କହିଛନ୍ତି’,“କୌଣସି ଉଦ୍ଦେଶ୍ୟରେ ମୁଁ କିଛି ଅଶାଳୀନ ମନ୍ତବ୍ୟ ଦେଇନି। ସେ ପୂର୍ବରୁ ଏକ ଟିଭି ଚ୍ୟାନେଲରେ ଥିଲେ, ପରେ ମୁଖପାତ୍ର ହେଲେ। ସେ ନିଜକୁ ଜଣେ ଟିଭି ଚ୍ୟାନେଲ ବ୍ୟକ୍ତି ଭାବେ ଭାବୁଛନ୍ତି। ମୁଁ ରାଜନୈତିକ ବ୍ୟକ୍ତି ଭାବୁଛି। ସେଥିପାଇଁ ଭୁଲ ବୁଝାମଣା ହୋଇଥିବ।”‘

ସେ ଆହୁରି କହିଛନ୍ତି,“ପିସିସି ପକ୍ଷରୁ ଜଣେ ମହିଳାଙ୍କୁ ଜାଣିଶୁଣି ମୁଖପାତ୍ର କରାଯାଇଛି। ସେ ଯାହା କହିବେ ମାନିବାକୁ ବାଧ୍ୟ, ନ ହେଲେ କୁଶ ପୁତ୍ତଳିକା ଦାହ ହେବ। ଏଭଳି ଏକ ସଂସ୍କୃତି କଂଗ୍ରେସରେ ଦେଖା ଦେଇଥିବାରୁ ମୁଁ ଦୁଃଖିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos