ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ପେଶାଲ ଜଜ୍ ସିବିଆଇ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ନିକଟରେ ସିସୋର ଚିଟଫଣ୍ଡ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିଲା। ଏହି ଚାର୍ଜସିଟ ପରେ ପ୍ରଭାତ ଜାମିନ ଆବେଦନ କରିଥିଲେ। ଚିଟଫଣ୍ଡ କାରବାର ଲାଗି ସେ ସିସୋରକୁ ସହାୟତା କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଥିଲା ସିବିଆଇ। ଏହା ସହିତ ସିସୋରରୁ ୨୫ ଲକ୍ଷ ଟଙ୍କା ନେଇଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏବେ ପ୍ରଭାତ ବିଶ୍ୱାଳ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏସ୍ସିବିରେ ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।