ଖଣ୍ଡା ବୁଲାଇଲେ ରୋହିତ ପୂଜାରୀ !

ସମ୍ବଲପୁର (ଓଡ଼ିଶା ରିପୋର୍ଟର):ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଖଣ୍ଡା ବୁଲାଇବା ଭିଡିଓ ଭାଇରାଲ। ସମ୍ବଲପୁରରେ ମହରମ ପର୍ବ ପାଳନ ଅବସରରେ ବିଧାୟକ ରୋହିତ ପୂଜାରୀ ଖଣ୍ଡା ବୁଲାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭିଡିଓ ଭାଇରାଲ ହେବା ପରେ ଆପତ୍ତି ଉଠାଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ସେ ଅଭିଯୋଗ କରିଛନ୍ତି ଯେ, ଆଇନ ଏଠି ଭିନ୍ନ ଲୋକଙ୍କ ପାଇଁ କାମ କରୁଛି  କେମିତି ? ସେପଟେ ଖଣ୍ଡା ବୁଲାଉଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି ବିଧାୟକ ରୋହିତ ପୂଜାରୀ।  ସେ ବୁଲାଉଥିବା ଖଣ୍ଡା କାଠ ନିର୍ମିତ ଥିଲା ବୋଲି କହିଛନ୍ତି ।