ପୁଣି ଥରେ ଥାନାରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ (ଓଡ଼ିଶା ରିପୋର୍ଟର): ପୁରୀଘାଟ ଥାନାରେ ପୁଣି ଏତଲା ଦେଲେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ରହୁଥିବା ରୁମ୍‌ରେ ଏସି ଓ ଟିଭିରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ବର୍ଷା।

ପାରିବାରିକ ବିବାଦରେ ଛନ୍ଦି ହୋଇପଡ଼ିଛି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ସମ୍ପର୍କ। ସାଂସଦ ସ୍ୱାମୀ ଅନୁଭବଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣି କଟକ ଏସ୍‌ଡିଜେଏମ୍ କୋର୍ଟରେ ଆଶ୍ରୟ ନେଇଥିଲେ। ସେପଟେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବର୍ଷା ସୁପ୍ରିମକୋର୍ଟ ଯାଇଥିଲେ। ସ୍ୱାମୀ ଅନୁଭବ କରିଥିବା ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲିକୋର୍ଟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ ବର୍ଷା। ଯାହାର ଶୁଣାଣି କଲି ସୁପ୍ରିମକୋର୍ଟ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପଟିଆଲା ହାଉସ କୋର୍ଟ ନୁହେଁ, କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାମଲା ସ୍ଥାନାନ୍ତର ନେଇ ବର୍ଷାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

 

ବର୍ଷା ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ କରିଥିଲେ। ନୋଟିସ୍‌ ମୁତାବକ ବର୍ଷା ଓ ଅନୁଭବ ମହିଳା କମିଶନଙ୍କ ଅଫିସରେ ହାଜର ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।