ନବୀନ ଖପ୍ପା ! ଚନ୍ଦ୍ରଶେଖରଙ୍କୁ ଡାକରା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡାକରା । ମଞ୍ଚ ଉପରେ କର୍ମୀଙ୍କୁ ମାଡ଼ ଘଟଣାରେ ତାଙ୍କୁ ଡକା ଯାଇ ଥିବା ସୂଚନା ମିଳିଛି। ଗତକାଲି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା କର୍ମୀ ସଂଗ୍ରାମ ସାହୁଙ୍କୁ ଶକ୍ତ ଚାପୁ଼ଡ଼ା ମାରିଥିଲେ ଚନ୍ଦ୍ରଶେଖର। ପାରଳାଖେମୁଣ୍ଡିରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଳେ ଏହି ଘଟଣା ଘଟିଥିଲା । ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣା ସମୟରେ ଗଜପତି ଜିଲ୍ଲାର ପ୍ରଭାରୀ ଥିବା […]

c-9876

c-9876

Tapas Behera
  • Published: Wednesday, 25 September 2019
  • Updated: 25 September 2019, 04:45 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡାକରା । ମଞ୍ଚ ଉପରେ କର୍ମୀଙ୍କୁ ମାଡ଼ ଘଟଣାରେ ତାଙ୍କୁ ଡକା ଯାଇ ଥିବା ସୂଚନା ମିଳିଛି। ଗତକାଲି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା କର୍ମୀ ସଂଗ୍ରାମ ସାହୁଙ୍କୁ ଶକ୍ତ ଚାପୁ଼ଡ଼ା ମାରିଥିଲେ ଚନ୍ଦ୍ରଶେଖର। ପାରଳାଖେମୁଣ୍ଡିରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଳେ ଏହି ଘଟଣା ଘଟିଥିଲା ।

ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣା ସମୟରେ ଗଜପତି ଜିଲ୍ଲାର ପ୍ରଭାରୀ ଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଗ୍ରାମଙ୍କୁ ବିଜେଡି ଉତ୍ତରୀୟ ପ୍ରଦାନ କରିଥିଲେ। ତେବେ ସଂଗ୍ରାମ ଚାହୁଁଥିଲେ ସାଂସଦ ନିଜେ ତାଙ୍କୁ ଉତ୍ତରୀୟ ଦିଅନ୍ତୁ ।

ଏନେଇ ସେ ଉଦ୍ୟମ କରିବା ବେଳେ ସଭାସ୍ଥଳରେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ସେପଟେ ଏନେଇ ନିଜେ ପ୍ରତିକ୍ରିୟା ରଖିଛନ୍ତି ସଂଗ୍ରାମ। ସାଂସଦ ଶ୍ରୀ ସାହୁ ମୋତେ ଚାପୁଡ଼ା ମାରି ନଥିଲେ, କେବଳ ଗାଲକୁ ଛୁଇଁ ଦେଇଥିଲେ। ସାଂସଦ ମୋର ବଡ଼ ଭାଇ ଭଳି। ଛାତ୍ର ଜୀବନରୁ ତାଙ୍କ ପ୍ରେରଣାରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲି।” ସେ କହିଛନ୍ତି, “ମୁଁ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ କାଲି ଯୋଗ ଦେଇଛି ଓ ଏହି ଦଳରେ ହିଁ ରହିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos