ମହାନଦୀ ଜଳ ବିବାଦ: ଓଡ଼ିଶା ସହିତ କେନ୍ଦ୍ର ସରକାର ପକ୍ଷପାତ କରୁଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦରେ କେନ୍ଦ୍ର ବିରୋଧରେ ଆକ୍ରମଣକୁ ଶାଣିତ କରିଛି ବିଜେଡି। ଟ୍ରିବ୍ୟୁୟନାଲ ଗଠନରେ ଡେରି ହେବାକୁ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“କେନ୍ଦ୍ର ସରକାର ପକ୍ଷପାତ କରୁଛନ୍ତି। ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ସଂସଦରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଗଠନ କଲେ ନାହିଁ। ଯାହାଦ୍ୱାରା ସେମାନେ ସଂସଦ ଓ ସୁପ୍ରିମକୋର୍ଟଙ୍କୁ ଅବମାନନା କଲେ। କେନ୍ଦ୍ରର ଏହି ଆଭିମୁଖ୍ୟ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ। ତେଣୁ ଏହାର ଜୋରଦାର ବିରୋଧ କରାଯିବ।” […]

Mahanadi copy

Mahanadi copy

Rakesh Mallick
  • Published: Monday, 20 November 2017
  • Updated: 20 November 2017, 05:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦରେ କେନ୍ଦ୍ର ବିରୋଧରେ ଆକ୍ରମଣକୁ ଶାଣିତ କରିଛି ବିଜେଡି। ଟ୍ରିବ୍ୟୁୟନାଲ ଗଠନରେ ଡେରି ହେବାକୁ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“କେନ୍ଦ୍ର ସରକାର ପକ୍ଷପାତ କରୁଛନ୍ତି। ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ସଂସଦରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଗଠନ କଲେ ନାହିଁ। ଯାହାଦ୍ୱାରା ସେମାନେ ସଂସଦ ଓ ସୁପ୍ରିମକୋର୍ଟଙ୍କୁ ଅବମାନନା କଲେ। କେନ୍ଦ୍ରର ଏହି ଆଭିମୁଖ୍ୟ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ। ତେଣୁ ଏହାର ଜୋରଦାର ବିରୋଧ କରାଯିବ।”

ସେପଟେ ଟ୍ରିବ୍ୟୁନାଲ ଗଠନରେ ଡେରି ହେଉଥିବାରୁ ଜଳ ସଂପଦ ସଚିବ ପ୍ରଦୀପ ଜେନା କହିଛନ୍ତି-“ବର୍ଷେ ଭିତରେ ଟ୍ରିବ୍ୟୁନାଲ ଗଠନ ହେବା କଥା।  ଏପର୍ଯ୍ୟନ୍ତ ହୋଇନାହିଁ।  ଡିସେମ୍ବର ପ୍ରଥମ ସପ୍ତାହରେ ଏହି ମାମଲାର ଶୁଣାଣି ଅଛି। ସେତେବେଳେ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗ ଉପସ୍ଥାପନ କରାଯିବ। କିଭଳି ଉପସ୍ଥାପନା କରାଯିବ, ସେ ସଂପର୍କରେ ଓକିଲଙ୍କ ସହ ତର୍ଜମା ଚାଲିଛି।

ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରୁନଥିବାରୁ ମହାନଦୀ ବଞ୍ଚାଅ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଆଜି ସଂଗଠନ ପକ୍ଷରୁ ରାଜଧାନୀର ଲୋୟର ପିଏମଜିଠାରେ ସତ୍ୟାଗ୍ରହ ସମାବେଶର ଆୟୋଜନ ହୋଇଯାଇଛି।

ମହାନଦୀ ଜଳ ବିବାଦ ସମାଧାନ ପାଇଁ ତୁରନ୍ତ ଟ୍ରିବ୍ୟୁନାଲ ଗଠନ ଲାଗି ବିଜ୍ଞପ୍ତି ଜାରି କରିବାକୁ ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତବର୍ଷ ନଭେମ୍ବର ୧୯ ତାରିଖରେ କେନ୍ଦ୍ର ନିକଟରେ ବିଧିବଦ୍ଧ ଆବେଦନ କରାଯାଇଥିଲା। ଏହି ଆବେଦନକୁ ବର୍ଷେ ପୂରିଯାଇଥିଲେ ମଧ୍ୟ ଏଯାଏଁ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ସତ୍ୟାଗ୍ରହ ସମାବେଶ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos