ବିଜେଡି ପ୍ରତିଷ୍ଠା ଉତ୍ସବ: ଉପସ୍ଥିତ ନ ଥିଲେ ବିଏମସି ମେୟର

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଧୂମଧାମରେ ଏହା ପାଳନ କରାଯାଇଥିଲା। ରାଜଧାନୀରେ ଆୟୋଜିତ ଉତ୍ସବରେ ୩ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି ଓ ସୂର୍ଯ୍ୟନାରାୟଣ ପାତ୍ର  ଏବଂ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦେଖିବାକୁ ମିଳି […]

bjd

bjd

Rakesh Mallick
  • Published: Monday, 26 December 2016
  • Updated: 26 December 2016, 06:44 PM IST

Sports

Latest News

ବିଜେଡି ପ୍ରତିଷ୍ଠା ଉତ୍ସବ: ମଞ୍ଚରେ ଦେଖିବାକୁ ମିଳିଲେନି ଅନନ୍ତଭୁବନେଶ୍ୱର: ଆଜି ସାରା ରାଜ୍ୟରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଧୂମଧାମରେ ଏହା ପାଳନ କରାଯାଇଥିଲା। ରାଜଧାନୀରେ ଆୟୋଜିତ ଉତ୍ସବରେ ୩ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି ଓ ସୂର୍ଯ୍ୟନାରାୟଣ ପାତ୍ର  ଏବଂ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ଏବେ ରାଜଧାନୀ ରାଜନୀତି ବେଶ ସରଗରମ ରହିଛି।

ତେବେ ନିଜ ଅନୁପସ୍ଥିତି ନେଇ ମେୟର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ମୋ ମାଆଙ୍କ ଦେହ ଭଲ ନ ଥିବାରୁ ମୁଁ ଉତ୍ସବକୁ ଯାଇପାରି ନ ଥିଲି। ଏ ନେଇ ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ସହ କଥା ମଧ୍ୟ ହୋଇଛି।”

ସେ ଆହୁରି କହିଛନ୍ତି,“ବିବାଦୀୟ ସିଡି ଓ ରିଷି ମୃତ୍ୟୁ ମାମଲାରେ ମୁଁ ଆଇନର ଆଶ୍ରୟ ନେଇଛି। ମୋର ଦୃଢ଼ ବିଶ୍ୱାସ ସତ୍ୟର ଜୟ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos