ଆଜି ମଧ୍ୟ ମୁହଁପୋତି କାଗଜ ପଢିଲେ, ପଢୁ ପଢୁ ନିଜ ଦସ୍ତଖତକୁ ବି ପଢିଦେଲେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାଦା କାଗଜରେ ଯାହା ଲେଖା ଥିଲା ପଢିଲେ। କମା, ପୂର୍ଣ୍ଣଛେଦ ବି ଛାଡିଲେନି। ଘୋଷିଲା ଭଳିଆ ଏମିତି ପଢିଲେ ଯେ, ନିଜ ନା ଆଉ ପଦବୀକୁ ବି ପଢି ପକାଇଲେ। ଯାହାକୁ ଶୁଣି ଉପସ୍ଥିତ ଦଳୀୟ କର୍ମି ବହୁ କଷ୍ଟରେ ନିଜ ହସକୁ ଚାପି ରଖିଥିଲେ। ହେଲେ ହସିଲେ ଫସିବେ ବୋଲି କେହି ହସିଲେନି। ବିଜେଡି ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ଓଡିଆ ପଠନ ପରେ ଇଂରାଜୀରେ ଘୋଷା ହେଲା ଦାବି ପତ୍ର। କାଗଜରୁ ମୁହଁ […]

PC-2

PC-2

Rakesh Mallick
  • Published: Friday, 26 January 2018
  • Updated: 26 January 2018, 05:51 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାଦା କାଗଜରେ ଯାହା ଲେଖା ଥିଲା ପଢିଲେ। କମା, ପୂର୍ଣ୍ଣଛେଦ ବି ଛାଡିଲେନି। ଘୋଷିଲା ଭଳିଆ ଏମିତି ପଢିଲେ ଯେ, ନିଜ ନା ଆଉ ପଦବୀକୁ ବି ପଢି ପକାଇଲେ। ଯାହାକୁ ଶୁଣି ଉପସ୍ଥିତ ଦଳୀୟ କର୍ମି ବହୁ କଷ୍ଟରେ ନିଜ ହସକୁ ଚାପି ରଖିଥିଲେ। ହେଲେ ହସିଲେ ଫସିବେ ବୋଲି କେହି ହସିଲେନି। ବିଜେଡି ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ଓଡିଆ ପଠନ ପରେ ଇଂରାଜୀରେ ଘୋଷା ହେଲା ଦାବି ପତ୍ର। କାଗଜରୁ ମୁହଁ ନ ହଟାଇ ଆମୂଳ ଚୂଳ ପଢିଲେ ଦଳର ଅନ୍ୟତମ ମୁଖପାତ୍ର ସସ୍ମିତ ଭାଇ। ଆଉ ପଢୁ ପଢୁ ଚଟାପଟ୍‌ ମଞ୍ଚରୁ ଉଠିଲେ। ଗଣମାଧ୍ୟମର ବାରମ୍ବାର ଅନୁରୋଧ ସତ୍ୱେ କେହି ଅଟକିଲେନି। ଆଉ ସମସ୍ତଙ୍କୁ ବାଟ କଢେଇ ନେଇଥିଲେ ନିଜେ ସସ୍ମିତ। ଲାଗୁଥିଲା ସତେ ଯେମିତି କାହା ଇସାରାରେ ଚାଲିଥିଲା ବିଜେଡି ଡ୍ରାମା।

ଏସବୁ ଦୃଶ୍ୟ ଦେଖି ମନକୁ ପ୍ରଶ୍ନ ଆସୁଥିଲା, ସେ ‘କେହି ଜଣକ’ ସଚିବାଳୟ ୩ୟ ମହଲାର ବାବୁ ନୁହଁନ୍ତି ତ? ତାଙ୍କ ଇସାରାର ଇଏ ଅଂଶ ନୁହେଁ ତ? ଏମିତି ପ୍ରଶ୍ନରେ ଗଣମାଧ୍ୟମ ପ୍ରତିନିଧି ଗୁରେଇ ତୁରେଇ ହେଉଥିଲେ ବି ଉତ୍ତର ରଖିବା ଆଗରୁ ପ୍ରଶ୍ନ କରିବାକୁ ବି ସୁଯୋଗ ମିଳିଲାନି।

ବିଜେଡି-ବୈଜୟନ୍ତ କଳିରେ ଇଏ ଥିଲା ଆଉ ଗୋଟିଏ ଅଧ୍ୟାୟ। ୩ୟ ମହଲା ଉପରେ ବାକ୍ୟବାଣରେ ଆକ୍ରମଣ ଯୋଗୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ଦଳର ପ୍ରାଥମିକ ସଭ୍ୟ ପଦରୁ ଦିନକ ତଳେ ନିଲମ୍ବନ କରାଯାଇଛି। ହେଲେ ଏତିକିରେ ରାଗ ଥମି ନ ଥିଲା ବୋଲି ବାବୁଙ୍କ ଇସାରାରେ ଆଜି ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ବିଜେଡି ପକ୍ଷରୁ ଆୟାଜିତ ହୋଇଥିଲା ଏହି ପ୍ରାୟୋଜିତ ଖବରଦାତା ସମ୍ମିଳନୀ । ଏଥିରେ ଦଳର ଜିଲାସ୍ତରୀୟ କର୍ମି, ବିଧାୟକ ଓ ଦଳର ବରିଷ୍ଠ ନେତା ବୈଜୟନ୍ତଙ୍କୁ ନିଶାନା ସାଧିଥିଲେ। କହିଥିଲେ ସେ ଏମ୍‌ପି ପଦରୁ ଇସ୍ତଫା ଦିଅନ୍ତୁ। ଇମ୍ପାରୁ ଉଚ୍ଚ ହାରରେ ବେତନ ନେଉଥିବା, ଏହି ତଥ୍ୟ ଲୁଚାଇଥିବା ଓ ଦଳରୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରିଥିବା ଭଳି ଅଭିଯୋଗମାନ ହୋଇଥିଲା ଏଠି।

କେନ୍ଦ୍ରାପଡା ଜିଲାର ବିଧାୟକ ତଥା ବିଜେଡି ଉପ ସଭାପତି ବେଦପ୍ରକାଶ ଅଗ୍ରୱାଲ ଓଡିଆରେ ଲେଖା ଦାବିପତ୍ର ପଢିଥିବା ବେଳେ ଏହାର ଅବିକଳ ଇଂରାଜୀ ଦାବିପତ୍ର ପଢିଥିଲେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର। ଦୁଇ ଜଣଙ୍କ ପଢିବା ଶୈଳୀ ଥିଲା ଏକା ପ୍ରକାରର। ତଳମୁହାଁ ଆଉ ଘୋଷିଲା ଭଳିଆ। କାଳେ ଭୁଲ୍‌ ହୋଇଯିବ ସେଥିପାଇଁ ପ୍ରବଳ ଡର ଥିଲା ପରି ଲାଗୁଥିଲା।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆସୁଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ କିଶୋର ତରାଇ ଓ ଦଳର କେନ୍ଦ୍ରପଡା ଜିଲା ସଭାପତି ପ୍ରମୁଖ। ଦଳରୁ ନିଲମ୍ବନ ବେଳେ ସୂର୍ଯ୍ୟ ପାତ୍ରଙ୍କ କାଗଜ ପଢା ଆଉ ଆଜି ଦାବି ପଠନ ବେଳେ କାଗଜ ପଢା ଦେଖି ଲାଗୁଥିଲା ଇଏ ବି ଯେମିତି ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos