ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଶହେରୁ ଅଧିକ  ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ପୂର୍ବତନ ବିଧାୟକ ରାଜେନ୍ଦ୍ର  ଢ଼ୋଲକିଆଙ୍କ ନେତୃତ୍ୱରେ  ଆଜି ନୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ  ବିଜେଡିରେ ସାମିଲ ହୋଇଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀର ନିଦ୍ୱର୍ନ୍ଦରେ ନିର୍ବାଚିତ କିଛି ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ଆଜି ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସମସ୍ତଙ୍କୁ  ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଦଳର ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ।