ବିଜେଡ଼ି ସାଙ୍ଗଠନିକ ନିର୍ବାଚନ ନେଇ ତାରିଖ ଘୋଷଣା

ଭୁବନେଶ୍ୱର: ବିଜେଡ଼ି ସାଙ୍ଗଠନିକ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଜାନୁୟାରୀ ୨୧ରେ ବ୍ଲକ ଓ ନଗର ଶାଖା ନିର୍ବାଚନ ହେବ। ସେହିପରି ଜାନୁୟାରୀ ୩୧ରେ ସାଂଗଠନିକ ଜିଲ୍ଲା ସ୍ତରୀୟ ନିର୍ବାଚନ ହେବ। ମାର୍ଚ୍ଚ ୧ରେ ରାଜ୍ୟ ସଭାପତି ନିର୍ବାଚନ ହେବ। ଏ ନେଇ ଆଜି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇଛି। ପରେ ରାଜ୍ୟ କାଉନସିଲ ମିଟିଂରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।