ବିଜେଡି ସାଙ୍ଗଠନିକ ନିର୍ବାଚନ: ୩ ଜିଲ୍ଲା ସଭାପତି ନେଇ ଛିଣ୍ଡୁନି ଅଙ୍କ

ଭୁବନେଶ୍ୱର: ସପ୍ତମ ଥର ପାଇଁ ବିଜେଡି ସଭାପତି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଗଞ୍ଜାମ, ସମ୍ୱଲପୁର ଓ ବଲାଙ୍ଗିର ଜିଲ୍ଲାରେ ସଭାପତି ନେଇ ଅଙ୍କ ଛିଣ୍ଡୁନି। ବଲାଙ୍ଗିର ଜିଲ୍ଲାରେ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ବିରୋଧରେ କଣ୍ଟାବାଞ୍ଜି ବିଧାୟକ ଆୟୁବ୍ ଖାନ୍ ବିସ୍ଫୋରକ ବୟାନ ଦେଇଛନ୍ତି । ସଂଗଠନ ପାଇଁ କଳିକେଶ ସମୟ ଦେଉନାହାନ୍ତି। ତାଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ, ଗତ ନିର୍ବାଚନରେ ଦଳ ବଲାଙ୍ଗିର ବିଧାନସଭା ଆସନରେ ହାରିଛି। ତେଣୁ ତାଙ୍କୁ ପରିବର୍ତ୍ତନ କରିବା […]

minister

minister

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 09:05 AM IST

Sports

Latest News

ଭୁବନେଶ୍ୱର: ସପ୍ତମ ଥର ପାଇଁ ବିଜେଡି ସଭାପତି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଗଞ୍ଜାମ, ସମ୍ୱଲପୁର ଓ ବଲାଙ୍ଗିର ଜିଲ୍ଲାରେ ସଭାପତି ନେଇ ଅଙ୍କ ଛିଣ୍ଡୁନି। ବଲାଙ୍ଗିର ଜିଲ୍ଲାରେ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ବିରୋଧରେ କଣ୍ଟାବାଞ୍ଜି ବିଧାୟକ ଆୟୁବ୍ ଖାନ୍ ବିସ୍ଫୋରକ ବୟାନ ଦେଇଛନ୍ତି । ସଂଗଠନ ପାଇଁ କଳିକେଶ ସମୟ ଦେଉନାହାନ୍ତି। ତାଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ, ଗତ ନିର୍ବାଚନରେ ଦଳ ବଲାଙ୍ଗିର ବିଧାନସଭା ଆସନରେ ହାରିଛି। ତେଣୁ ତାଙ୍କୁ ପରିବର୍ତ୍ତନ କରିବା ପାଇଁ ଆୟୁବ ଦାବି କରିଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ସଭାପତି  ପଦ ପାଇଁ ଦଳୀୟ ବିଧାୟକଙ୍କ ମଧ୍ୟରେ ଆଲୋଚନା ସରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି ଓ ସେ ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ଏଥିସହ ସମ୍ୱଲପୁର ଜିଲ୍ଲା ସଭାପତି ନେଇ ମଧ୍ୟ ସହମତି ହୋଇପାରିନି। ତିନୋଟି ଜିଲ୍ଲାର ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଏବଂ କଳିକେଶ ସିଂହଦେଓ କହିଛନ୍ତି।

ଗତକାଲି ବିଜେଡି ସଭାପତି ପଦ ପାଇଁ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ପାଖରେ ନବୀନଙ୍କ ପକ୍ଷରୁ ଦଳର ବରିଷ୍ଠ ନେତା ବିକ୍ରମ ଆରୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତା’ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos