ବୁଥୱାରି ଭୋଟ୍ କହୁଛି ବିଜେପିର ସ୍ଥିତି ଓ ଅସ୍ତିତ୍ୱ: ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବିଜେପି ଏକ ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ। ବୁଥଗୁଡ଼ିକରେ ବିଜେପିର ଭୋଟ ବ୍ୟବଧାନ ବିଜେପିର ଅସଲ ସ୍ଥିତି ଓ ଅସ୍ତିିତ୍ୱକୁ ପ୍ରମାଣିତ କରୁଛି ବୋଲି ବିଜେଡି କଟାକ୍ଷ କରିଛି। ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ବିଜେପୁରରେ ନିଜର ଶୋଚନୀୟ ପରାଜୟକୁ ନେଇ ବିଜେପି ଯେଉଁ ବିତଣ୍ଡା ଯୁକ୍ତି କରୁଛି ସେଥିରେ ସେମାନଙ୍କର ହତାଶା ଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ବିଜେପୁର […]

Vote(1)

Vote(1)

Tapas Behera
  • Published: Thursday, 24 October 2019
  • Updated: 24 October 2019, 10:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବିଜେପି ଏକ ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ। ବୁଥଗୁଡ଼ିକରେ ବିଜେପିର ଭୋଟ ବ୍ୟବଧାନ ବିଜେପିର ଅସଲ ସ୍ଥିତି ଓ ଅସ୍ତିିତ୍ୱକୁ ପ୍ରମାଣିତ କରୁଛି ବୋଲି ବିଜେଡି କଟାକ୍ଷ କରିଛି।

ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ବିଜେପୁରରେ ନିଜର ଶୋଚନୀୟ ପରାଜୟକୁ ନେଇ ବିଜେପି ଯେଉଁ ବିତଣ୍ଡା ଯୁକ୍ତି କରୁଛି ସେଥିରେ ସେମାନଙ୍କର ହତାଶା ଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବା

ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ପ୍ରମାଣିତ କରିଛି। କ୍ରମାଗତ ଭାବରେ ୧୯ ବର୍ଷ ଶାସନରେ ରହି ଏଭଳି ଲୋକପ୍ରିୟତା ହାସଲ କରିବା ଭାରତୀୟ ରାଜନୈତିକ ଇତିହାସରେ ବିରଳ। ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ଉତ୍ଥାନ ପତନ ଚାଲିଥିବାବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ବିଜେଡିର ଗ୍ରହଣୀୟତା କେବଳ ସ୍ଥିର ନାହିଁ, ବରଂ ପ୍ରତିଟି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି। ବିରୋଧୀ ଦଳମାନଙ୍କର କୌଣସି ବିଭ୍ରାନ୍ତିରେ ଭଳି ନଯାଇ ଓଡ଼ିଶାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ଯେଭଳି ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos