‘କାଳିଆ’ ପାଇଁ ବାଟ ପାଉ ନାହାନ୍ତି, କେନ୍ଦ୍ର ପାଖରେ ହାତ ପାତିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କାଳିଆ ଯୋଜନା ପାଇଁ ଅର୍ଥ ଚିନ୍ତା। ଏ ଚିନ୍ତା ଏମିତି ଘାରିଲାଣି ଯେ, ଅନ୍ୟ ଉପାୟ ନପାଇ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛି ବିଜେଡି। ବଜେଟ୍ ଆଲୋଚନା ବେଳେ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରର ପିଏମ୍ କିଷାନ ସହ କାଳିଆର ମିଶ୍ରଣ ପାଇଁ ଦାବି କରିଛନ୍ତି। ଏପରି ହେଲେ ଆର୍ଥିକ ବୋଝ କମିବ ବୋଲି ବିଜେଡି ଯୁକ୍ତି ରଖିଛି। ସେପଟେ କଂଗ୍ରେସ କହିଛି କାଳିଆ ଯୋଜନା ମାଧ୍ୟମରେ […]

431

431

Tapas Behera
  • Published: Friday, 12 July 2019
  • Updated: 12 July 2019, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କାଳିଆ ଯୋଜନା ପାଇଁ ଅର୍ଥ ଚିନ୍ତା। ଏ ଚିନ୍ତା ଏମିତି ଘାରିଲାଣି ଯେ, ଅନ୍ୟ ଉପାୟ ନପାଇ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛି ବିଜେଡି। ବଜେଟ୍ ଆଲୋଚନା ବେଳେ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରର ପିଏମ୍ କିଷାନ ସହ କାଳିଆର ମିଶ୍ରଣ ପାଇଁ ଦାବି କରିଛନ୍ତି। ଏପରି ହେଲେ ଆର୍ଥିକ ବୋଝ କମିବ ବୋଲି ବିଜେଡି ଯୁକ୍ତି ରଖିଛି।

ସେପଟେ କଂଗ୍ରେସ କହିଛି କାଳିଆ ଯୋଜନା ମାଧ୍ୟମରେ ନିର୍ବାଚନ ବୈତରଣୀ ପାର ହେବା ପରେ ଏବେ ଋଣ ବୋଝ ଯୋଗୁଁ କେନ୍ଦ୍ର ସହାୟତା ମାଗୁଛି ରାଜ୍ୟ।

ସଂସଦରେ ବଜେଟ୍ ଆଲୋଚନା ବେଳେ ଏମିତି ପ୍ରସ୍ତାବ ରଖିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟ। ଲୋକସଭାରେ ଭର୍ତ୍ତୃହରି କହିଛନ୍ତି ଦେଶର ଅନେକ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ଚାଷୀଙ୍କ ପାଇଁ ନିଜସ୍ୱ ଯୋଜନା କାଳିଆ ଆରମ୍ଭ କରିଛନ୍ତି। ହେଲେ କେନ୍ଦ୍ରର ପିଏମ୍ କିଷାନ ଯୋଜନା ସହ କାଳିଆକୁ ମିଶ୍ରଣ କରାଯାଉ। କେନ୍ଦ୍ର ଏଥିପାଇଁ ୭୦ ପ୍ରତିଶତ ଓ ରାଜ୍ୟ ୩୦ ପ୍ରତିଶତ ଅର୍ଥ ଦେବାକୁ ପ୍ରସ୍ତାବ ରଖିଛନ୍ତି ଭର୍ତ୍ତୃହରି।

ନୀତି ଆୟୋଗ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେହିପରି ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ସମନ୍ୱୟ ରକ୍ଷା କେନ୍ଦ୍ର ଉଭୟ ସ୍କିମ୍‌କୁ ମିଶ୍ରଣ କଲେ ଆର୍ଥିକ ବୋଝ କମିବ। …

ପିଏମ୍ କିଷାନ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ନିଜସ୍ୱ ସ୍କିମ୍। ଏଥିରେ ରାଜ୍ୟର କିଛି ବି ଅଂଶ ନାହିଁ। ଏଠି ପ୍ରଶ୍ନ ଏକଥା ଜାଣି ମଧ୍ୟ କାହିଁକି ବିଜେଡି ସାଂସଦଙ୍କ ଏ ଦାବି ? କ’ଣ ରହିଛି ଏହା ପଛର କାରଣ ?  କାଳିଆ ଯୋଜନା ଆଣି ଭୋଟ ଜିତିବା ପରେ ନିଜ ମୁଣ୍ଡରୁ ବୋଝ ଓହ୍ଲାଇବାର ଚାଲ୍ କି ? ନିର୍ବାଚନ ପୂର୍ବରୁ ସହଭାଗିତାରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ ନକରି ଏବେ କାଳିଆ ପାଇଁ କାହିଁକି ସହଯୋଗ ମାଗୁଛି ବିଜେଡି ? କୁହାଯାଉଛି କାଳିଆ ପାଇଁ ଗଡ଼ବଡ଼ ହୋଇଥିବା ରାଜ୍ୟର ରାଜକୋଷ ପାଇଁ ଏ ପ୍ରସ୍ତାବ।

ତେବେ କଂଗ୍ରେସ ବିଜେଡିର ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିବା ବେଳେ ବିଜେପି କହିଛି ଉଭୟ ଯୋଜନା ଅଲଗା। ତେଣୁ ଚାଷୀଙ୍କ ପାଇଁ ଦୁଇଟି ଯାକ ଅଲଗା ଅଲଗା ଲାଗୁ ହେଉ।

ବିଭିନ୍ନ ଯୋଜନା ପାଇଁ ବଢୁଥିବା ବ୍ୟୟବରାଦର ବୋଝ ସରକାରଙ୍କୁ ଏବେ ହରଡ଼ଘଣାରେ ପକାଇଛି। ଭୋଟ ପାଇଁ ତରବରିଆ ଭାବେ କଣ୍ଟିଜେନସି ଫଣ୍ଡରୁ ୧୨ଶହ ୪୪ କୋଟି ନେଇ କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଟଙ୍କା ବଣ୍ଟା ହେଲା। ହେଲେ ଭୋଟ୍ ପରେ ଏବେ ଏଇ ଯୋଜନା ଯେମିତି ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଅଟକି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story