ବିଜେଡି କର୍ମୀଙ୍କ ଛୁରାମାଡ଼ରେ କଂଗ୍ରେସ କର୍ମୀ ଆହତ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଦହଣା ଗାଁରେ ଜଣେ ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଜଣେ କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତ କଂଗ୍ରେସ କର୍ମୀଙ୍କ ନାଁ ସଞ୍ଜୀବ କୁମାର ମିଶ୍ର। ତାଙ୍କୁ ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ଓ ହାତରେ ୨ଟି ଷ୍ଟିଚ୍ ପଡ଼ିଛି। ଅଭିଯୋଗ ଅନୁଯାୟୀ, ଗତକାଲି ସଞ୍ଜୀବ […]

attack

attack

Tapaswini Nayak
  • Published: Friday, 17 May 2019
  • Updated: 17 May 2019, 11:01 AM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଦହଣା ଗାଁରେ ଜଣେ ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଜଣେ କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି।

ଆହତ କଂଗ୍ରେସ କର୍ମୀଙ୍କ ନାଁ ସଞ୍ଜୀବ କୁମାର ମିଶ୍ର। ତାଙ୍କୁ ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ଓ ହାତରେ ୨ଟି ଷ୍ଟିଚ୍ ପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତକାଲି ସଞ୍ଜୀବ ତାଙ୍କ ସାଙ୍ଗମାନଙ୍କ ସହ ଗାଁର ତ୍ରିନାଥ ମନ୍ଦିର ବାରଣ୍ଡାରେ ବସିଥିଲେ। ଏହି ସମୟରେ ସେହି ଗାଁର ବିଜେଡି କର୍ମୀ ସୁନ୍ତୋଷ କୁମାର ମିଶ୍ର ସେଠାକୁ ଆସି କଂଗ୍ରେସ ଦଳକୁ ନେଇ ସଞ୍ଜୀବଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସଞ୍ଜୀବ ତାଙ୍କୁ ପ୍ରତିରୋଧ କରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉତ୍‌କ୍ଷିପ୍ତ ସନ୍ତୋଷ ଘରକୁ ଯାଇ ଏକ ଛୁରୀ ଆଣିଥିଲେ ଓ ସେଥିରେ ସଞ୍ଜୀବଙ୍କୁ ଆକ୍ରମଣ କରିଥିଲେ। ଗାଁ ଲୋକେ ଗୁରୁତର ଅବସ୍ଥାରେ ସଞ୍ଜୀବଙ୍କୁ ଡାକ୍ତରଖାନା ନେଇଥିଲେ।

ଆହତ କଂଗ୍ରେସ କର୍ମୀ ସଞ୍ଜୀବ କୁମାର ମିଶ୍ର କହିଛନ୍ତି,“ମୁଁ ଛାତ୍ର କଂଗ୍ରେସର ସଭାପତି ଥିବା ବେଳେ ବିଜେଡି କର୍ମୀ ସନ୍ତୋଷ କୁମାର ମିଶ୍ର ମୋତେ ଧମକ ଦେଇଥିଲେ। ଗତକାଲି ଆମେ ତ୍ରିନାଥ ମନ୍ଦିରରେ ବସିଥିବା ବେଳେ ସେ ଆସି ଗାଳି ଗୁଲଜ କରି ଘରକୁ ଚାଲି ଯାଇଥିଲେ। ଏହାପରେ ଆମେ ସେଠାରେ ବସିଥିବା ବେଳେ ସେ ପଛପଟୁ ଆସି ମୋତେ ଏକ ଛୁରୀରେ ଆକ୍ରମଣ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos