ପ୍ରଶାନ୍ତଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେଡିରେ ତୀବ୍ର ଅସନ୍ତୋଷ: ଧାରଣାରେ ବସିଲେ ଅମରେନ୍ଦ୍ରଙ୍କ ସମର୍ଥକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଏଥର ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ ଦଳର ସ୍ଥାନୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରୁ ଟିକେଟ୍ ପାଇବାକୁ ଆଶା ରଖିଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଗତକାଲି ଯୋଗଧାରୀ ସ୍ଥିତି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ବେଳେ ଆଜି ଥାନା ଓ ନାଉଗାଁ ଛକରେ ଧାରଣା ଦେବା ସହ ରାସ୍ତାରୋକ […]

bjdjagatsinghpur

bjdjagatsinghpur

Jitendra Garnayak
  • Published: Monday, 01 April 2019
  • Updated: 01 April 2019, 12:13 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଏଥର ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ ଦଳର ସ୍ଥାନୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରୁ ଟିକେଟ୍ ପାଇବାକୁ ଆଶା ରଖିଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଗତକାଲି ଯୋଗଧାରୀ ସ୍ଥିତି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ବେଳେ ଆଜି ଥାନା ଓ ନାଉଗାଁ ଛକରେ ଧାରଣା ଦେବା ସହ ରାସ୍ତାରୋକ କରିଥିଲେ। ବୁଝାସୁଝା କରିବା ପରେ ସେମାନେ ରାସ୍ତାରୋକ ଓ ଧାରଣାରୁ ହଟିଥିଲେ। ପ୍ରଶାନ୍ତଙ୍କ ଟିକେଟ୍ ପ୍ରତ୍ୟାହାର କରି ଅମରେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ଦାବି କରିଛନ୍ତି।

ଗତକାଲି ବିଜେଡି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ଦଳର ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନାଁ ବି ଥିଲା। ତେବେ ତାଙ୍କୁ ଏଥର ଜଗତସିଂହପୁରରୁ ଟିକେଟ୍ ଦିଆଯାଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

[caption id="attachment_361545" align="aligncenter" width="750"]prasant ପ୍ରଶାନ୍ତ ମୁଦୁଲିଙ୍କ ପୋଷ୍ଟରରେ କଳା ବୋଳି ଜୋତା ମାଡ଼ କଲେ କର୍ମୀ[/caption]

ଛଅ/ସାତ ଜଣ ଯୁବକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଅଫିସ୍ ସମ୍ମୁଖରେ ଲାଗିଥିବା ବୋର୍ଡ ସହିତ ହୋଡିଂ ଆଦି ଭାଙ୍ଗି ଦେଇଥିଲେ। ତା’ସହିତ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଦେଇଥିଲେ। ପରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ଥାନା ଛକରେ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେହିପରି ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

[caption id="attachment_361542" align="aligncenter" width="750"]amarendra ଅମରେନ୍ଦ୍ର ଦାସ[/caption]

ଅମରେନ୍ଦ୍ର ଦାସ କହିଛନ୍ତି,“ଜଗତସିଂହପୁର ପାଇଁ ଦଳ ଯେଉଁ ନିଷ୍ପତ୍ତି ନେଇଛି, ତାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ତେଣୁ ଗତକାଲି ଠାରୁ ବିରୋଧ ପ୍ରଦର୍ଶନ କରୁଛନ୍ତି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଏକ ଟିମ୍ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବ ଓ ଶେଷ ଥର ପାଇଁ ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିବ। ତା’ପରେ ସେ ଯାହା ନିଷ୍ପତ୍ତି ନେବେ।”

ସେ ଆହୁରି କହିଛନ୍ତି,“ଯଦି ଦଳ ନିଷ୍ପତ୍ତି ନ ବଦଳାଏ, ତା’ହେଲେ ସମର୍ଥକ ଓ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପରାମର୍ଶ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ ପ୍ରଶାନ୍ତ ମୁଦୁଲି କହିଛନ୍ତି,“ବିରୋଧ କରୁଥିବା ପିଲାମାନେ ଆମ ଦଳର। ସେମାନେ ବୁଝିଯିବେ। ସମସ୍ତଙ୍କୁ ସାଥୀରେ ନେଇ ଚାଲିବି।”

ସୂଚନାଯୋଗ୍ୟ, ପ୍ରଶାନ୍ତ ଦୁଇ ଥର ବିଜେଡି ଟିକେଟ୍‌ରେ ବାଲିକୁଦା-ଏରସମାରୁ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି। ଅନ୍ୟପକ୍ଷରେ ଅମରେନ୍ଦ୍ର ଏବେ ଜଗତସିଂହପୁର ଜିଲ୍ଲା ଯୁବ ବିଜେଡିର ସଭାପତି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story