ବିଜେଡିରେ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ

bjd-observersଭୁବନେଶ୍ୱର: ବିଜେଡିର ସାଂଗଠନିକ କାର୍ଯ୍ୟ ପାଇଁ ଆଜି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଡାକ୍ତର ଦାମୋଦର ରାଉତ, ବେଦ ପ୍ରକାଶ ଅଗ୍ରୱାଲ, ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ସରୋଜିନୀ ହେମ୍ବ୍ରମଙ୍କୁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି। ସେହିପରି ଜିଲ୍ଲାୱାରୀ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଦଳର ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅବିଭକ୍ତ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅବିଭକ୍ତ କଟକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଭୂପିନ୍ଦର ସିଂହଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା, ପ୍ରଶାନ୍ତ ନନ୍ଦଙ୍କୁ ଅବିଭକ୍ତ ସୁନ୍ଦରଗଡ଼, ସୁରେନ୍ଦ୍ରନାଥ ନାୟକଙ୍କୁ ଅବିଭକ୍ତ ମୟୂରଭଞ୍ଜ ଓ ପ୍ରଦୀପ କୁମାର ଅମାତଙ୍କୁ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଅନଙ୍ଗ ଉଦୟ ସିଂହଦେଓଙ୍କୁ ଅବିଭକ୍ତ ବାଲେଶ୍ୱର, ବିମ୍ବାଧର କୁଅଁରଙ୍କୁ ଅବିଭକ୍ତ କଳାହାଣ୍ଡି, ବିଜୟଶ୍ରୀ ରାଉତରାୟଙ୍କୁ ଅବିଭକ୍ତ ପୁରୀ, ଦେବୀ ମିଶ୍ରଙ୍କୁ ଅବିଭକ୍ତ ଢେଙ୍କାନାଳ ଓ ବିକ୍ରମ କେଶରୀ ଆରୁଖଙ୍କୁ ଅବିଭକ୍ତ କନ୍ଧମାଳ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିବା ପାଇଁ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରାଯାଇଛି।