ବିଜେପୁରରେ ରୀତାଙ୍କ ସୁପର ଶୋ’

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁର ବ୍ୟାଟେଲରେ ରୀତାଙ୍କ ରେକର୍ଡ। ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜିତିଥିବା ବ୍ୟବଧାନ ଠାରୁ ୪୦ ହଜାରରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ରୀତା ସାହୁ। ଏମିତିକି ପ୍ରାୟ ୯୮ ହଜାର  ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ  ସର୍ବକାଳୀନ ରେକର୍ଡ କରିଛନ୍ତି ରୀତା । ବିଜେପୁରରେ କଂଗ୍ରେସ  ଅମାନତ ହରାଇଥିବା ବେଳେ ବିଜେପିର ଭୋଟ୍ ପ୍ରତିଶତ ଗତଥର  ତୁଳନାରେ କମିଛି । ଦୁଇ ବିରୋଧୀ ଦଳ ନିଜ ପରାଜୟର ସମୀକ୍ଷା  କରିବେ ବୋଲି […]

ry

ry

Tapas Behera
  • Published: Thursday, 24 October 2019
  • Updated: 24 October 2019, 09:08 PM IST

Sports

Latest News

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁର ବ୍ୟାଟେଲରେ ରୀତାଙ୍କ ରେକର୍ଡ। ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜିତିଥିବା ବ୍ୟବଧାନ ଠାରୁ ୪୦ ହଜାରରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ରୀତା ସାହୁ। ଏମିତିକି ପ୍ରାୟ ୯୮ ହଜାର  ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ  ସର୍ବକାଳୀନ ରେକର୍ଡ କରିଛନ୍ତି ରୀତା । ବିଜେପୁରରେ କଂଗ୍ରେସ  ଅମାନତ ହରାଇଥିବା ବେଳେ ବିଜେପିର ଭୋଟ୍ ପ୍ରତିଶତ ଗତଥର  ତୁଳନାରେ କମିଛି । ଦୁଇ ବିରୋଧୀ ଦଳ ନିଜ ପରାଜୟର ସମୀକ୍ଷା  କରିବେ ବୋଲି କହିଥିଲେ ବି ଶାସକ ଦଳର ଅର୍ଥବଳ ଓ ସରକାରୀ  କଳ ବ୍ୟବହାର ନେଇ ଅଭିଯୋଗ ବି ଆଣିଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କୁ ୯୭ ହଜାର ୯୯୦ ଖଣ୍ଡ ଭୋଟ୍‌ରେ  ହରାଇଛନ୍ତି ରୀତା।

ରୀତା ସମୁଦାୟ ୧ ଲକ୍ଷ ୩୫ ହଜାର  ୯୫୭ ଭୋଟ୍ ପାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ଏଠାରୁ ନବୀନ ପାଇଥିଲେ ୧  ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ୍। ରେକର୍ଡ ବ୍ୟବଧାନରେ  ଜିତିଥିବାରୁ ରୀତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ  ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ନେତା ଓ କର୍ମୀ।  ଓଡିଶା ବିଧାନସଭା ଇତିହାସରେ ପୂର୍ବରୁ ସବୁଠୁ ଅଧିକ  ବ୍ୟବଧାନରେ ଜିତିବା ରେକର୍ଡ ଥିଲା ବିଶ୍ୱଭୂଷଣ ହରିଚନ୍ଦନଙ୍କ  ନାଁରେ। ୨୦୦୦ରେ ସେ ଭୁବନେଶ୍ୱର ବିଧାନସଭା ଆସନରୁ ୯୪  ୫୫୫ ଭୋଟ ବ୍ୟବଧାନରେ ଜିତିଥିଲେ। ରୀତା ନିଜ ବିଜୟର  ଶ୍ରେୟ ସୁପ୍ରିମୋ ନବୀନଙ୍କୁ ଦେଇଛନ୍ତି।

ଏଥର ବିଜେପୁର ଉପନିର୍ବାଚନରେ ଅମାନତ ହରାଇଛି  କଂଗ୍ରେସ ଦଳର ପ୍ରାର୍ଥୀ ଦିଲୀପ ପଣ୍ଡା । ପାଇଛନ୍ତି ମାତ୍ର ୫, ୮୭୩  ଖଣ୍ଡ ଭୋଟ। ଏମିତିକି ସାଧାରଣ ନିର୍ବାଚନରେ ଦଳର ପ୍ରାର୍ଥୀ  ରିପୁନାଥ ସେଠ୍ ପାଇଥିବା ଭୋଟରୁ ଅଧାରୁ ବି କମ ଭୋଟ  ପାଇଛନ୍ତି ଦିଲୀପ।  ବିଜେପି ବି ଟକ୍କର ଦେବା ସ୍ଥିତିକୁ ଆସିପାରିନି।  ଦଳର ପ୍ରାର୍ଥୀ ସନତ ଗଡତିଆ ଗତଥର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ି ୫୩ ହଜାର ୪୮୨ ଖଣ୍ଡ ଭୋଟ୍ ପାଇଥିଲେ।  ଏଥର  ପାଇଛନ୍ତି ୩୭ ହଜାର ୯୬୭ ଖଣ୍ଡ ଭୋଟ। ତେବେ ଯେଭଳି ଗୁରୁତ୍ୱ  ସହ ଦଳ ଏଠି ୨୦୧୮ ଉପନିର୍ବାଚନ ଲଢିଥିଲା ଏଥର କିନ୍ତୁ  ସେତିକି ଗୁରୁତ୍ୱ ଦେଇନଥିଲା । ୨୦୧୮ରେ ରୀତାଙ୍କ ବିରୋଧରେ ଲଢି  ୬୦ ହଜାର ଭୋଟ ପାଇଥିବା ଅଶୋକ ପାଣିଗ୍ରାହୀ  ଶେଷମୁହୂର୍ତ୍ତରେ ବିଜେପି ଛାଡି ବିଜେଡି ସପକ୍ଷରେ ପ୍ରଚାର କରିବା ବି ଦଳକୁ ମହଙ୍ଗା ପଡ଼ିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story