ଦ୍ୱିତୀୟ ଦିନରେ ବିଜେପିର ସାଙ୍ଗଠନିକ ନିର୍ବାଚନ ବୈଠକ

ଭୁବନେଶ୍ୱର: ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆଗକୁ ନେବାକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ବୈଠକର ଆଜି ଦ୍ୱିତୀୟ ଦିନ। ସହମତି ଭିତ୍ତିରେ ସାଙ୍ଗଠନିକ ନିର୍ବାଚନ କରିବାକୁ ରାଜ୍ୟ ବିଜେପି ନେତାମାନେ ଆଲୋଚନା କରୁଛନ୍ତି।

ଆସନ୍ତା ୧୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଓ ୧୪ ତାରିଖ ମଧ୍ୟରେ ରାଜ୍ୟ ସଭାପତି ଚୟନ କରାଯିବ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ଚାରି ଦିନ ଧରି ହେବାକୁ ଥିବା ଏହି ବୈଠକରେ ୯ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଚୟନ ନେଇ ଆଲୋଚନା ହେଉଛି।