ହରତାଳ ନାଁରେ ବିଜେଡି କର୍ମୀଙ୍କ ହିଂସା ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ଗତକାଲି ବିଜେଡିର ହରତାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ହିଂସା ପ୍ରତିବାଦରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସୁନ୍ଦରଗଡ଼ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ କର୍ମୀମାନେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ାରେ ମଧ୍ୟ ଏସପିଙ୍କ ଅଫିସ ଆଗରେ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭଦ୍ରକରେ ମଧ୍ୟ ସମାନ ସ୍ଥିତି। ଦଳୀୟ କର୍ମୀ ଶୋଭାଯାତ୍ରାରେ ଆସି ଏସ୍‌ପିଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।