ଆନ୍ଦୋଳନ ସ୍ଥଗିତ ରଖିଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ପରଲୋକରେ ଆଜି ରାଜ୍ୟ ଦିନିକିଆ ଶୋକ ପାଳନ କରୁଛି। ଶୋକ ପାଳନ ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା କରିବାକୁ ଥିବା ରାଜ୍ୟ ବ୍ୟାପି ଆନ୍ଦୋଳନକୁ ସ୍ଥଗିତ ରଖିଛି। ବରଗଡ଼ ଚାଷୀ ଆତ୍ମହତ୍ୟା ଘଟଣାରେ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ଆନ୍ଦୋଳନ କରିବାକୁ ବିଜେପି କୃଷକ ମୋର୍ଚ୍ଚା ଡାକରା ଦେଇଥିଲା। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟର ଆଗରେ ଏହି ଆନ୍ଦୋଳନ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଥିଲେ।

ଚାଷୀ ଆତ୍ମହତ୍ୟା ନେଇ ବିଧାନସଭାରେ  ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରି କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି।