ବିଜେପିର ନୂଆ ତରିକା: ଅଣ୍ଡା ମାଡ଼ର ପ୍ରତିବାଦ ମୌନବ୍ରତ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣାରେ ପ୍ରତିବାଦ କରିବ ବିଜେପି। ଏହି ଦୁଇ ଘଟଣାକୁ ବିରୋଧ କରି ଆସନ୍ତାକାଲି ବିଜେପି ମୌନ ପ୍ରତିବାଦ କରିବ। କାଲି ରାଜ୍ୟର ସବୁ ଜିଲା ପରିଷଦ ଜୋନ୍ ଓ ପୌରାଞ୍ଚଳରେ ମୌନ ପ୍ରତିବାଦ କରିବ ଦଳ। ସେହିଭଳି କାମାକ୍ଷାନଗର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମଧ୍ୟ ଏହି ମୌନ ପ୍ରତିବାଦ କରାଯିବ ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି […]

samirmohanty

samirmohanty

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 02:44 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣାରେ ପ୍ରତିବାଦ କରିବ ବିଜେପି। ଏହି ଦୁଇ ଘଟଣାକୁ ବିରୋଧ କରି ଆସନ୍ତାକାଲି ବିଜେପି ମୌନ ପ୍ରତିବାଦ କରିବ। କାଲି ରାଜ୍ୟର ସବୁ ଜିଲା ପରିଷଦ ଜୋନ୍ ଓ ପୌରାଞ୍ଚଳରେ ମୌନ ପ୍ରତିବାଦ କରିବ ଦଳ। ସେହିଭଳି କାମାକ୍ଷାନଗର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମଧ୍ୟ ଏହି ମୌନ ପ୍ରତିବାଦ କରାଯିବ ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଗତ ୧୪ ତାରିଖ ଦିନ କେନ୍ଦ୍ରାପଡ଼ାର ରାଜକନିକାକୁ ସବ୍‌କା ସାଥ୍ ସବ୍‌କା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଆଳିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲେ। ସେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଲେଖିଥିବା ଚିଠିରେ ଦର୍ଶାଇଥିଲେ ଯେ ରାଜକନିକା ଯିବା ବାଟରେ ଚାରୋଟି ସ୍ଥାନର ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ତା’ସହିତ ପଥର ମାଡ଼ ବି ହୋଇଥିଲା। ବିଜେଡିର ସ୍ଥାନୀୟ ଗୁଣ୍ଡାମାନେ ଏହି ଅଣ୍ଡାମାଡ଼ କରିଥିଲେ ବୋଲି ସେ କହିଥିଲେ। ଏ ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି।  ଏହାର କିଛି ଦିନ ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଗାଡ଼ି ଉପରକୁ ଭୁବନେଶ୍ୱରରେ ଅଣ୍ଡାମାଡ଼ ହୋଇଥିଲା। ଏଥିରେ କଂଗ୍ରେସ କର୍ମୀଙ୍କ ହାତ ଥିଲା।

ଜୁଏଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ପ୍ରତିବାଦରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ୭ ଘଣ୍ଟିଆ ବନ୍ଦ ପାଳନ କରିଥିଲା ବିଜେପି। ସେହିଭଳି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଘଟଣାର ପ୍ରତିବାଦ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos