ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ବୁଥ ରିଗିଂ କରିଛି ବିଜେଡି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେଡି ବ୍ୟାପକ ଭାବେ ବୁଥ ରିଗିଂ ଏବଂ କ୍ୟାପଚରିଂ କରିଛି ବୋଲି ବିଜେପି ଅଭିଯୋଗ କରିବା ସହ ସେସବୁ ବୁଥରେ ସାନି ମତଦାନ କରିବା ପାଇଁ ଦାବି ଜଣାଇଛି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଗୁଣ୍ଡାମାନେ ବ୍ୟାପକ ହିଂସା ଭିଆଇ ବୁଥକୁ ଜବରଦଖଲ କରିଥିବା ସେମାନେ ଅଭିଯୋଗ କରିଥିଲେ। ମୟୁରଭଞ୍ଜ […]

yyyy

yyyy

Hemant Lenka
  • Published: Monday, 29 April 2019
  • Updated: 29 April 2019, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେଡି ବ୍ୟାପକ ଭାବେ ବୁଥ ରିଗିଂ ଏବଂ କ୍ୟାପଚରିଂ କରିଛି ବୋଲି ବିଜେପି ଅଭିଯୋଗ କରିବା ସହ ସେସବୁ ବୁଥରେ ସାନି ମତଦାନ କରିବା ପାଇଁ ଦାବି ଜଣାଇଛି।

ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଗୁଣ୍ଡାମାନେ ବ୍ୟାପକ ହିଂସା ଭିଆଇ ବୁଥକୁ ଜବରଦଖଲ କରିଥିବା ସେମାନେ ଅଭିଯୋଗ କରିଥିଲେ। ମୟୁରଭଞ୍ଜ ଲୋକସଭାର ମୋରଡ଼ା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର -୪୦, ୧୨୨, ୧୩୫, ୧୫୭ ଏବଂ ୧୬୬ରେ ବିଜେଡି ଗୁଣ୍ଡାମାନେ ହିଂସା ଭିଆଇ ବୁଥ୍ କ୍ୟାପଚରିଙ୍ଗ କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକ ଦେଇଛନ୍ତି। ଏଥି ସହ ବିଜେଡି ଗୁଣ୍ଡାମାନେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ସହ ବିଜେପି ଏଜେଣ୍ଟମାନଙ୍କୁ ବଳପୂର୍ବକ ବୁଥ୍ ଭିତରୁ ବାହାର କରିଛନ୍ତି। ବରୀ ନିର୍ବାଚନ ମଣ୍ଡଳୀର ୨୮ ନମ୍ବର ବୁଥରେ ବିଜେପି ଏଜେଣ୍ଟଙ୍କୁ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରି ବୁଥ ବାହାରକୁ ପଠାଇ ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା ବୁଥ କ୍ୟାପଚରିଙ୍ଗ କରାଯାଇଛି।

ସେହିପରି ଆଳି ନିର୍ବାଚନ ମଣ୍ଡଳୀର ସିଙ୍ଗିରି ବଜାରରେ ଥିବା ୩୧୦ ନମ୍ବର ବୁଥକୁ ବିଜେଡି ଗୁଣ୍ଡାମାନେ କ୍ୟାପଚରିଂ କରିଛନ୍ତି। ଏହି ବୁଥରେ ପ୍ରିଜାଇଡିଙ୍ଗ ଅଫିସର,ପୋଲିଂ ଅଫିସରଙ୍କ ସମେତ ବିଜେଡି ଗୁଣ୍ଡାମାନେ ମତଦାତାଙ୍କ ପରିବର୍ତ୍ତେ ନିଜେ ଭୋଟ ଦେଇଛନ୍ତିାସେହିପରି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଚହତା ଗ୍ରାମ ପଞ୍ଚାୟତ ୧୭୩ ନମ୍ବର ବୁଥରେ ବିଜେଡି ଗୁଣ୍ଡାମାନେ ବିଜେପି ପୋଲିଂ ଏଜେଣ୍ଟ ମନୋଜ କୁମାର ରାଉଳ ଏବଂ ଜଣେ ସମିତି ସଭ୍ୟଙ୍କୁ ନୃଶଂସ ଭାବେ ଆକ୍ରମଣ କରଛନ୍ତି।

ସେହି ଚହତା ପଞ୍ଚାୟତର ୧୭୪ ନମ୍ବର ବୁଥକୁ ବିଜେଡି ଗୁଣ୍ଡାମାନେ ଜବରଦସ୍ତି କ୍ୟାପଚରିଂ କରିଛନ୍ତି। ଯାଜପୁର ନିର୍ବାଚନ ମଣ୍ଡଳୀର ଅକଡାପଡା ପଞ୍ଚାୟତର ୧୫୪ ନମ୍ବର ବୁଥରେ ବିଜେପି ପୁଲିଂ ଏଜେଣ୍ଟଙ୍କୁ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରି ବୁଥରୁ ବାହାର କରିଦେଇଛନ୍ତି। ଏହି ବୁଥରେ ବିଜେଡି ଗୁଣ୍ଡାମାନେ ସମସ୍ତ ଭୋଟରଙ୍କ ଭୋଟ୍ ନିଜେ ଦେଇଥିଲେ।

ବିଜେପି ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମସ୍ତ ଘଟଣାର ତଥ୍ୟ ପ୍ରମାଣ ପ୍ରଦାନ କରିବା ସହ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ସମସ୍ତ ବୁଥ ଗୁଡ଼ିକରେ ପୁନଶ୍ଚ ଭୋଟିଂ କରିବା, ସିସିଟିଭି ମାଧ୍ୟମରେ ବୁଥ୍ ଉପରେ କଡ଼ା ନଜର ରଖିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରିବା ପାଇଁ ଦାବି ଜଣାଇଛି। ଏହି ପ୍ରତିନିଧି ଦଳରେ କାଳନ୍ଦି ସାମଲ,ଅଶୋକ ତ୍ରିପାଠୀ, ଟଙ୍କଧର ତ୍ରିପାଠୀ ଏବଂ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos